ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୮କୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ନିଜ ନିଜ ପସନ୍ଦର ନେତା ବାଛୁଛନ୍ତି ଜନତା । ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ଦେବାରୁ କହିଛନ୍ତି ସିଏମ ।
-
ପ୍ରତିଟି ଭୋଟ୍ ମୂଲ୍ୟବାନ
— Naveen Patnaik (@Naveen_Odisha) March 24, 2022 " class="align-text-top noRightClick twitterSection" data="
ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ। #Odisha pic.twitter.com/uPPtagfOBq
">ପ୍ରତିଟି ଭୋଟ୍ ମୂଲ୍ୟବାନ
— Naveen Patnaik (@Naveen_Odisha) March 24, 2022
ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ। #Odisha pic.twitter.com/uPPtagfOBqପ୍ରତିଟି ଭୋଟ୍ ମୂଲ୍ୟବାନ
— Naveen Patnaik (@Naveen_Odisha) March 24, 2022
ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ। #Odisha pic.twitter.com/uPPtagfOBq
ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତିଟି ଭୋଟ ମୂଲ୍ୟବାନ । ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା । ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦେବା ସହ ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି ।
— Dharmendra Pradhan (@dpradhanbjp) March 24, 2022 " class="align-text-top noRightClick twitterSection" data="
ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହୁଅନ୍ତୁ । pic.twitter.com/vLZMMmbAGb
">ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି ।
— Dharmendra Pradhan (@dpradhanbjp) March 24, 2022
ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହୁଅନ୍ତୁ । pic.twitter.com/vLZMMmbAGbଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି ।
— Dharmendra Pradhan (@dpradhanbjp) March 24, 2022
ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହୁଅନ୍ତୁ । pic.twitter.com/vLZMMmbAGb
ଭୋଟ ଗ୍ରହଣ ଆରମ୍ଭ ହେବା ପରେ ଭୁବନେଶ୍ବର ମହାନଗର ନିଗମର ୫୩ ନମ୍ବର ୱାର୍ଡର ୫୪୪ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ସିଏମ ନବୀନ । କଡା ସୁରକ୍ଷା ବଳୟ ମଧ୍ୟରେ ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ର ନିକଟରେ ପହଞ୍ଚି ଭୋଟ ଦେଇଥିଲେ ସିଏମ ।
ସେହିପରି ଭୋଟ ଦେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ କହି କହିଛନ୍ତି, ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି । ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରତିଟି ଭୋଟ ମୂଲ୍ୟବାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ପ୍ରକାଶ ଥାଉ କି, ଆଜି ୩ଟି ମହାନଗର, ୪୭ଟି ପୌରାଞ୍ଚଳ ଓ ୫୯ଟି ଏନଏସିରେ ଭୋଟ ଗ୍ରହଣ ହେଉଛି । ଇଭିଏମରେ ୬୪୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହେବ । ମୋଟ ୪୦ ଲକ୍ଷ ୫୫ ହଜାର ୫୩ ମତଦାତା ବାଛୁଛନ୍ତି ନେତା । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ଭୋଟ ଗ୍ରହଣ ହେବ । ପୌର ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ,