ଭୁବନେଶ୍ବର: ରାଜ୍ୟର ପ୍ରଥମ ଅଙ୍ଗଦାନ ପ୍ରତ୍ୟାରୋପଣ ସଫଳ ହେବାପରେ ଏବେ ଡୋନର ପ୍ରିୟଙ୍କାଙ୍କ ପରିବାର ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ମହାନ ଅବଦାନ ଜଣେ ରୋଗୀଙ୍କୁ ଜୀବନ ଦେଇଛି। ଏଥିସହ ସେ ପ୍ରିୟଙ୍କାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ବର୍ଦ୍ଧନା କରାଯିବା ନେଇ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ପ୍ରିୟଙ୍କାଙ୍କ ଝିଅ ଯେ କି ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି, ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।
ଏହା ରାଜ୍ୟରେ ପ୍ରଥମ ଘଟଣା ହୋଇଥିବାରୁ ଯେଉଁଭଳି ଭାବରେ ଏସସିବି ଡାକ୍ତର ଟିମ୍ ସଫଳ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ୍ କଲେ ସେନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ