ETV Bharat / city

ଖୋଲିବ ସିନେମା ହଲ ତଥାପି ଚିନ୍ତାରେ ମାଲିକ - audience

୫୦ ପ୍ରତିଶତ ଲୋକରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇଛନ୍ତି ମାତ୍ର ସପ୍ତାହକୁ ୨ଦିନ ହଲ ବନ୍ଦ ରହିବ । ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସିନେମା ହଲ ମାଲିକ । ଅଧିକ ପଢନ୍ତୁ...

ଖୋଲିବ ସିନେମା ହଲ ତଥାପି ଚିନ୍ତାରେ ମାଲିକ
ଖୋଲିବ ସିନେମା ହଲ ତଥାପି ଚିନ୍ତାରେ ମାଲିକ
author img

By

Published : Aug 1, 2021, 10:32 AM IST

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ଆଜି ୧୫ଶହ ତଳକୁ ରହିଛି ସଂକ୍ରମଣ । ଏ ନେଇ ଅଗଷ୍ଟର ନୂଆ ଗାଇଡଲାଇନ ଜାରି ହୋଇଛି । କଟକଣା ସହିତ ଜୀବିକାକୁ ମଧ୍ୟ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ୫୦ ପ୍ରତିଶତ ଲୋକରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇଛନ୍ତି ମାତ୍ର ସପ୍ତାହକୁ ୨ଦିନ ହଲ ବନ୍ଦ ରହିବ । ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସିନେମା ହଲ ମାଲିକ ।

ଖୋଲିବ ସିନେମା ହଲ ତଥାପି ଚିନ୍ତାରେ ମାଲିକ

ହଲ ଖୋଲିବା ନେଇ ସେତେଟା ସେତେଟା ଖୁସି ନାହାନ୍ତି ହଲ ମାଲିକ । ଛୁଟିଦିନରେ ସିନେମା ଦେଖିବାକୁ ଲୋକମାନଙ୍କର ଭିଡ ଲାଗିଥାଏ । ଏସଓପି ଅନୁସାରେ ହଲ ଖୋଲିବାକୁ ସମୟ ରହିଛି ତାହା ମାଲିକଙ୍କୁ ସୁହାଉ ନାହିଁ । ଶନିବାର ଓ ରବିବାର ହଲ ବନ୍ଦ ରହିବ । ଏହା ସହ ବର୍ତ୍ତମାନ ବ୍ୟବସାୟ କରିବା ଭଳି ସେପରି କିଛି ଫିଲ୍ମ ମଧ୍ୟ ନାହିଁ । ସିନେମା ହଲ ଚଳେଇବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ହଲ ମାଲିକ ।

୫୦ ପ୍ରତିଶତ ଦର୍ଶକ ବସିବା କ୍ଷମତାରେ ସିନେମା ହଲକୁ ସର୍ତ୍ତମୂଳକ ଅନୁମତି ମିଳିଛି । ସିଟ କ୍ଷମତାର ୫୦ ପ୍ରତିଶତ ଟିକେଟ ବିକ୍ରି କରିପାରିବେ ନାହି । ସିଟ ସିଟ ମଧ୍ୟରେ ସମାଜିକ ଦୂରତା ରହିବ । ଟିକା ନେଇଥିବା ପ୍ରମାଣପତ୍ର ଦେଖାଇଲେ ହଲ ଭିତରକୁ ଅନୁମତି ମିଳିବ । ଗାଇଡଲାଇନ ଆସିବା ପରେ ସିନେମା ହଲ ମାଲିକ ମାନେ ହଲ ସାନିଟାଇଡ କରିବା ସହିତ ପୁରା ପ୍ରସ୍ତୁତିରେ ଲାଗିପଡିଛିନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.