ETV Bharat / city

ବନ୍ୟା ବେଳେ କଚେ ପୁଅ ବାର; ବାନ୍ଧିଲା ପୋଲିସ - ମୁଖ୍ୟ ଶାସନ ସଚିବ

ବନ୍ୟା ବେଳେ ମଧ୍ୟ ଦୁର୍ବୃତ୍ତ ଛାଡିଲେନି ନିଜ ଧନ୍ଦା । କାଟିଦେଲେ ଘାଇ । ବାନ୍ଧିଲା ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Chife secretary odisha
Chife secretary odisha
author img

By

Published : Aug 30, 2020, 9:52 PM IST

ଭୁବନେଶ୍ବର: ରାଜ୍ୟରେ ଲଗଣା ବର୍ଷା ପରେ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଜୀବନ ଯାଇଛି । ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । କେତେଯେ ଧନ ସମ୍ପତ୍ତି ନଷ୍ଟ ହୋଇଛି ତାର ହିସାବ ନାହିଁ । କିନ୍ତୁ ଏହି ପ୍ରାକୃତିକ ବିପତ୍ତି ବେଳେ ମଧ୍ୟ କିଛି ଦୁର୍ବୃତ୍ତ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ଛାଡିନାହାଁନ୍ତି ।

ବନ୍ୟା ବେଳେ କଚେ ପୁଅ ବାର; ବାନ୍ଧିଲା ପୋଲିସ

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଅନୁସାରେ ବନ୍ୟାରେ 36ଟି ଘାଇ ସୃଷ୍ଟି ହୋଇଛି । ଗୋଟିଏ ଘାଇକୁ କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି । ସେଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ପୋଲିସ ଗିରଫ କରିଛି । ବିପତ୍ତି ବେଳେ ଏପରି ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧିନ ଅଛି । ସ୍ଥିତି ସୁଧୁରୁଛି । ସରକାର ସମସ୍ତ ପଦକ୍ଷେପ ନେଉଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେହିପରି ଗତ 4 ଦିନ ଧରି ଜଳ ସମ୍ପଦ ବିଭାଗର ଯେଉଁ ଇଞ୍ଜିନିୟର, ଅନ୍ୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ମାନେ କଠୋର ପରିଶ୍ରମ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.