ETV Bharat / city

ଓମ୍ବାଡସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - ombadc projects news

ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଆଜି କରାଯାଇଛି। ବୈଠକରେ ଓମ୍ବାଡସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଓମ୍ବାଡସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Sep 17, 2020, 10:11 AM IST

ଭୁବନେଶ୍ବର: ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଆଜି କରାଯାଇଛି। ଡିଜିଟାଲ ମାଧ୍ୟମରେ ଏହି ବୈଠକ କରାଯାଇଥିବାବେଳେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏହାର ଅଧ୍ୟକ୍ଷତା କରିଛନ୍ତି ।

ତେବେ ଓମ୍ବାଡ୍‌ସିର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ବୋଲି ବୈଠକରେ ଜଣାପଡିଛି । ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଗୁଡିକର ବିଭାଗୱାରୀ ସମୀକ୍ଷା କରିଛନ୍ତି ।

ଏହି ସମୟରେ ସେ ଜୀବିକା ନିର୍ବାହ, ପାନୀୟ ଜଳ ଯୋଗାଣ ଓ ସ୍ବାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକମାନ ବୃଦ୍ଧି ଜନିତ ପ୍ରକଳ୍ପ ଗୁଡିକର ତ୍ବରିତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ପ୍ରତ୍ୟେକ ପ୍ରକଳ୍ପ ପାଇଁ ସମୟସୀମା ସ୍ଥିର କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ସଂପୃକ୍ତ କାର୍ଯ୍ୟାନ୍ବୟନ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ଓମ୍ବାଡସି ସେଲକୁ ଅଧିକ କାର୍ଯ୍ୟଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ,ଜୀବିକା ଓ ଶିକ୍ଷା ଆଦି କ୍ଷେତ୍ରର ପ୍ରକଳ୍ପ ବିଶେଷଜ୍ଞମାନଙ୍କୁ ସେଲରେ ସାମିଲ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ, ସମ୍ବଲପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ରହିଥିବା ପର୍ଯ୍ୟାପ୍ତ ଉଦ୍ୟାନ ଚାଷ ସମ୍ଭାବନା ବିଷୟ ଉଲ୍ଲେଖ କରି ଏ ଅଞ୍ଚଳରେ ବଡ ଆକାର ଉଦ୍ୟାନ ଚାଷ ନର୍ସରୀ (ମେଗା ନର୍ସରୀ) ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଖଣିଜ ସମ୍ପଦ ଅଞ୍ଚଳରେ ଅଭିନବ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବଙ୍କୁ କହିଥିଲେ । ତେବେ ଏସବୁ ଅଞ୍ଚଳରେ ପ୍ରାୟ 13 ପ୍ରକାର କୌଶଳ ଅଧିକ ଗ୍ରହଣୀୟ ଓ ନିଯୁକ୍ତି ଭିତ୍ତିକ ହେବ ବୋଲି ସଚିବ ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.