ETV Bharat / city

Budget Session: ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ କହିଲେ ନରସିଂହ - ଶ୍ରୀମନ୍ଦିରକୁ ନେଇ ନରସିଂହଙ୍କ ଉଦବେଗ

ଶ୍ରୀକ୍ଷେତ୍ର ପୁରୀର ବିକାଶ ଆବଶ୍ୟକ। ବିକାଶ କରୁ କରୁ ବିନାଶ ନହେଉ। ବିନା ASI ର ଅନୁମତିରେ ଶ୍ରୀମନ୍ଦିର ଚାରିପଟେ ନିର୍ମାଣ ପାଇଁ ଖୋଳା ଚାଲିଛି। ବିଶେଷଜ୍ଞ ମାନେ କହୁଛନ୍ତି ଏଭଳି କାର୍ଯ୍ୟ ଶ୍ରୀମନ୍ଦିର ପାଇଁ ବିପଦ ଆଣିପାରେ। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଧିକ ପଢନ୍ତୁ

ନରସିଂହ
ନରସିଂହ
author img

By

Published : Mar 29, 2022, 5:08 PM IST

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀର ବିକାଶ ଆବଶ୍ୟକ । ବିକାଶ କରୁ କରୁ ବିନାଶ ନହେଉ। ବିନା ASI ର ଅନୁମତିରେ ଶ୍ରୀମନ୍ଦିର ଚାରିପଟେ ନିର୍ମାଣ ପାଇଁ ଖୋଳା ଚାଲିଛି। ବିଶେଷଜ୍ଞ ମାନେ କହୁଛନ୍ତି ଏଭଳି କାର୍ଯ୍ୟ ଶ୍ରୀମନ୍ଦିର ପାଇଁ ବିପଦ ଆଣିପାରେ। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ନରସିଂହ

ଏନେଇ ଗୃହରେ ବାଚସ୍ପତିଙ୍କୁ ଗୃହକମିଟି ଗଠନ ପାଇଁ ଦାବି କରାଯାଉଛି। ହେଲେ ବାଚସ୍ପତି ତତ୍ପର ହେଉନାହାନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି। ନରସିଂହ କହିଛନ୍ତି ଏନେଇ ମନ୍ତ୍ରୀ ବିବୃତ୍ତି ରଖନ୍ତୁ, ବିଶେଷଜ୍ଞଙ୍କ ମତାମତ ନିଆଯାଉ ବା ASI ବିବୃତି ଦିଅନ୍ତୁ। ହେଲେ ଏନେଇ ନା ସରକାର ନା ବାଚସ୍ପତି କେହି ଗୁରୁତ୍ବ ଦେଉନାହାନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ନରସିଂହ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.