ETV Bharat / city

ଆଜିଠୁ ଲୋକସେବା ଭବନରେ ଦୁଇ ଦିନିଆ କର୍ମଶାଳା, ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ନବୀନ

ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ନେଇ ଆୟୋଜନ ହେଉଛି ଦୁଇଦିନିଆ କର୍ମଶାଳା । ଲୋକସେବା ଭବନରେ ଆଜି ଠାରୁ ହେଉଥିବା କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଅଧିକ ପଢନ୍ତୁ

author img

By

Published : Apr 25, 2022, 6:41 AM IST

ଆଜିଠୁ ଲୋକସେବା ଭବନରେ ଦୁଇ ଦିନିଆ କର୍ମଶାଳା ; ମେୟର ଓ ପୌରାଧକ୍ଷଙ୍କୁ ଟିପ୍ସ ଦେବେ ନବୀନ

ଭୁବନେଶ୍ବର: ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ନେଇ ଆୟୋଜନ ହେଉଛି ଦୁଇଦିନିଆ କର୍ମଶାଳା । ଲୋକସେବା ଭବନରେ ଆଜି ଠାରୁ ହେଉଥିବା କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ପୌରାଞ୍ଚଳର ବିକାଶ ଲାଗି ଉପସ୍ଥିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ ।

ମହାନଗର, ପୌରାଞ୍ଚଳ ବିକାଶ ପ୍ରକ୍ରିୟାର ବିନ୍ଧାଣି ହେଉଛନ୍ତି ମେୟର ଓ ପୌରାଧ୍ୟକ୍ଷ । ମେୟର ଓ ପୌରାଧ୍ୟକ୍ଷଙ୍କୁ ସଠିକ ମାର୍ଗଦର୍ଶନ ମିଳିଲେ ସହରାଞ୍ଚଳର ବିକାଶ ତ୍ବରାନିତ୍ବ ହୋଇପାରିବ । ଏହାକୁ ଦୃଷ୍ଟିରେ ଦେଖି ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଚାଲିବ ମେୟର ଓ ପୌରାଧ୍ୟକ୍ଷଙ୍କ କର୍ମଶାଳା । ମୁଖ୍ୟମନ୍ତ୍ରୀ ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ।

ଏହାସହ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ଜି ମାଥିଭାତାନନ ପ୍ରମୁଖ ଉପସ୍ଥିତ ରହିବେ । ରାଜ୍ୟକୁ ବିକଶିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ଲାଗି ଆମକୁ ଲୋକମାନେ ନିର୍ବାଚନ କରି ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ବୈଠକରେ ଆମ ମାନଙ୍କୁ ଗାଇଡ଼ କରିବେ । ସହର ସହ ଜନସଂଖ୍ୟା ବଢିଚାଲିଛି ।

ପ୍ରତ୍ୟେକ ଦିନ ନୂଆ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି । ଏହାକୁ ସାମ୍ନା କରି କିପରି ଆଗକୁ ବଢିବାକୁ ପଡିବ । ସେ ନେଇ ମୁଖ୍ୟମନ୍ତ୍ରୀ ନିଶ୍ଚୟ ଗୁରୁମନ୍ତ୍ର ଦେବେ । ଏହା ଏକ ସ୍ଵାଗତ ଜନକ ପଦକ୍ଷେପ । ଆମର ଦିଶା ଓ ଲକ୍ଷ୍ୟ କଣ ହେବ । ସେ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବେ । ଯାହା ଆମକୁ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ସହଜ ହେବ ବୋଲି ଲୋକ ପ୍ରତିନିଧି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.