ETV Bharat / city

ଫୋକସରେ ଉତ୍ତମ ସ୍ବାସ୍ଥ୍ୟସେବା, ୮୪ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନବବର୍ଷରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜି ଭିସି ଜରିଆରେ ୮୪ ଟି ନୂଆ 108 ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : Jan 1, 2021, 1:20 PM IST

Updated : Jan 1, 2021, 3:11 PM IST

ସ୍ବାସ୍ଥ୍ୟସେବା ହେବ ଆହୁରି ସୃଦୃଢ,  ୮୪ ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବବର୍ଷରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜି ଭିସି ଜରିଆରେ ୮୪ ଟି ନୂଆ 108 ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟର ୨୭ ଜିଲ୍ଲାକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ବାଲେଶ୍ବର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।

ଫୋକସରେ ଉତ୍ତମ ସ୍ବାସ୍ଥ୍ୟସେବା, ୮୪ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଜରୁରୀ ସ୍ବାସ୍ଥ୍ୟସେବାକୁ ଆହୁରି ସୃଦୃଢ କରିବା ଲକ୍ଷରେ ସରକାରଙ୍କ ନିଜସ୍ବ ପାଣ୍ଠିରୁ ବ୍ୟୟରେ କରାଯାଇଛି। ରାଜ୍ୟରେ 108 ଆମ୍ବୁଲାନ୍ସ ପାଇଁ 5 ବର୍ଷ ନିମନ୍ତେ 104 କୋଟି ଟଙ୍କା ବ୍ୟବସ୍ଥା କରିଥିବା ସହିତ ଏହି ନୂତନ ଆମ୍ବୁଲାନ୍ସ ରାଜ୍ୟରେ 27 ଜିଲ୍ଲାକୁ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଅତିରକ୍ତ ସଚିବ ପିକେ ମହାପାତ୍ର, ମିଶନ ନିର୍ଦେଶିକା ଶାଳୀନ ପଣ୍ଡିତ ଆଦି ପ୍ରମୁଖ ସ୍ବାସ୍ଥ୍ୟ ବିଭାଗର ଉପସ୍ଥିତ ରହିଥିଲେ।

ସାମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ 518 ଟି (108 )ଆମ୍ବୁଲାନ୍ସ ଏବଂ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କ ଡାକ୍ତରଖାନା ନେବା ନିମନ୍ତେ 500 ଟି ଜନନୀ ଏକ୍ସପ୍ରେସ (102) ଆମ୍ବୁଲାନ୍ସ ପ୍ରଚଳନ କରାଯାଉଛି। ରାଜ୍ୟ ସରକାରଙ୍କ ଦ୍ବାରା 2013 ମାର୍ଚ୍ଚ 5 ତାରିଖରେ ରାଜ୍ୟରେ ଜରୁରୀକାଳୀନ 108 ଆମ୍ବୁଲାନ୍ସ ସେବା ମାଗଣାରେ ଯୋଗାଇ ଦିଆଯାଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 1, 2021, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.