ଭୁବନେଶ୍ବର: ବନ୍ୟା ପରେ ଆକାଶଛୁଆଁ ହୋଇଛି ପରିବା ଦର । ଜମି ଜଳମଗ୍ନ ହୋଇ ବ୍ୟାପକ ଫସଲ ନଷ୍ଟ ହେବା ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ବନ୍ୟା ଛାଡିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଉଚ୍ଚା ପରିବା ଦରରେ ପେସି ହେଉଛନ୍ତି ଗ୍ରାହକ । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର୍ । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି ।
ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । କେବେ ପରିବା ଦର ସ୍ବାଭାବିକ ହେଉଛି ତାହା ଦେଖିବାକୁ ବାକି ରହିଲା । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।