ଭୁବନେଶ୍ବର: ସରିଲା ଧର୍ମମାସ କାର୍ତ୍ତିକ । ମାସେ ଆମିଷ ଛାଡିବା ପରେ ଆଜି ପଡିଛି ଛାଡଖାଇ । ତାହା ପୁଣି ଆମିଷ ବାରରେ । ମାସେ ହେଲା ପାଟିରେ ଆମିଷ ବାଜି ନଥିବାରୁ ଆମିଷ ମାର୍କେଟରେ ଲାଗିଛି ଲୋକଙ୍କ ଖଚାଖଚ ଭିଡ । ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ 4 ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ ।
ଲୋକଙ୍କ ଚାହିଦାକୁ ଦେଖି ମାଛ ମାର୍କେଟରେ ବି ମେଲିଛି ଭଳିକି ଭଳି ମାଛର ପସରା । ସବୁଠାରୁ ଡିମାଣ୍ଡରେ ରହିଛି କଙ୍କଡା ଓ ମଟନ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରିବା ବଜାରରେ ଆମିଷ ବଜାରରେ ବି ଲାଗିଛି ଏକ ପ୍ରକାର ନିଆଁ । ଦର ଟିକେ ଚଢା ରହିଥିବାରୁ ଲୋକେ ବି ଚିନ୍ତାରେ । ଅନ୍ୟପଟେ ମାସେ ହେଲା ବେପାର ଟିକେ ମାନ୍ଦା ଥିବାବେଳେ ଦିମତମାମ ବେପାର ଟିକେ ଭଲ ହେବ ବୋଲି ଆଶା ବାନ୍ଧି ବସିଛି ବେପାରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ