ETV Bharat / city

CETକୁ ବିଶ୍ଵବିଦ୍ୟାଳୟ ମାନ୍ୟତା, ସ୍ୱାଗତ କଲା ଛାତ୍ର ବିଜେଡି - କଲେଜ ଅଫ୍ ଇଂଜିନିୟର ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନ

ସିଇଟିକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳିଲା । ଏହାକୁ ସ୍ୱାଗତ କରିଛି ଛାତ୍ର ବିଜେଡି । ଅଧିକ ପଢନ୍ତୁ...

CET has been recognized as a university
ସିଇଟିକୁ ବିଶ୍ଵବିଦ୍ୟାଳୟ ମାନ୍ୟତା, ସ୍ୱାଗତ କଲା ଛାତ୍ର ବିଜେଡି
author img

By

Published : Jul 18, 2021, 8:49 AM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ କଲେଜ ଅଫ୍ ଇଂଜିନିୟର ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନ(ସିଇଟି)କୁ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳିଛି । ଏହାକୁ ସ୍ୱାଗତ କରିଛି ଛାତ୍ର ବିଜେଡି । ଏହି ପଦକ୍ଷେପ ବଳରେ ରାଜ୍ୟର ବୈଷୟିକ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବ ବଢିବା ସହିତ ବୈଷୟିକ ଛାତ୍ରଛାତ୍ରୀମାନେ ଖୁବ ଉତ୍ସାହିତ ହେବେ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷା କ୍ଷେତ୍ରରେ ଏକ ନୂତନ ସୁଯୋଗ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଦେବୀ କହିଛନ୍ତି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ସିଇଟିକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ନିଶ୍ଚିତ ଭାବେ ଏକ ଐତିହାସିକ, ସମୟଚିତ ପଦକ୍ଷେପ ।

ଆଗାମୀ ଦିନରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହା ନିଶ୍ଚିତ ଉତ୍ସାହ ପ୍ରଦାନ କରିବ । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେବା ସହ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଦାସର୍ବଦା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ବିଜୁ ଛାତ୍ର ଜନତା ଦଳ ସ୍ଵାଗତ ଜଣାଇଛି । ସିଇଟିର ସମସ୍ତ ଶିକ୍ଷକ, କର୍ମଚାରୀ ସମେତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେବୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.