ETV Bharat / city

BJDକୁ NDAରେ ସାମିଲ ହେବାକୁ ଅଠାୱାଲେଙ୍କ ନିବେଦନ

author img

By

Published : Aug 22, 2022, 10:18 PM IST

ବିଜେଡିକୁ ଏନ୍‌ଡିଏ ସହ ସାମିଲ ହେବାକୁ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଅଛନ୍ତି ରାମଦାସ ଅଠାୱାଲେ । ଅଧିକ ପଢ଼ନ୍ତୁ

central minister Ramdas Athawale urged  BJD to join NDA
BJDକୁ NDAରେ ସାମିଲ ହେବାକୁ ରାମଦାସ ଅଠାୱାଲେଙ୍କ ନିବେଦନ

ଭୁବନେଶ୍ବର: ବିଜେଡିକୁ ଏନ୍‌ଡିଏ ସହ ସାମିଲ ହେବାକୁ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଅଛନ୍ତି ରାମଦାସ ଅଠାୱାଲେ (Ramdas Athawale Odisha visit ) । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି(Ramdas Athawale appealed Naveen Patnaik ) ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ ବେଳେ ଏନ୍‌ଡିଏ ସରକାରଙ୍କୁ ବିଜେଡି ବହୁ ସହଯୋଗ କରିଛି । ଏହାକୁ ନେଇ କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, "୨୦୨୪ ନିର୍ବାଚନ ବେଳକୁ ଏନଡିଏ ସହ ଯୋଡ଼ି ହେଲେ ବହୁ ଲାଭରେ ରହିବେ ନବୀନ । ଓଡ଼ିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି । ୨୦୨୪ରେ ଏନ୍‌ଡିଏ ୨୦୧୯ର ରେକର୍ଡ ଭାଙ୍ଗିବ।"

ସେପଟେ ନେଇ ନୀତିଶଙ୍କ ଦଳ ଜେଡିୟୁକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାମଦାସ ଅଠାୱାଲେ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନ୍‌ଡିଏ ତାଙ୍କୁ ଛାଡ଼ିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏନଡିଏ ୨୦୨୪ ନିର୍ବାଚନରେ ୩୫୦ରୁ ଅଧିକ ସିଟ୍‌ ପାଇବ ବୋଲି ରାମଦାସ ଅଠାୱାଲେ ଦୃଢ଼ୋକ୍ତି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.