ଭୁବନେଶ୍ବର: ଓଡ଼ିଶାରେ ଖଦିର ବିକାଶ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଯେଉଁଥିରେ ବଡ ଭୂମିକା ଗ୍ରହଣ କରିଛି କେନ୍ଦ୍ର ଖଦି ଓ ଗ୍ରାମୋଦ୍ୟୋଗ । ଓଡ଼ିଶାରେ ଅଧିକ ଆଉଟଲେଟ ଖୋଲିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ଖଦି ଓ ଗ୍ରାମୋଦ୍ୟୋଗ KVICର କାର୍ଯ୍ୟକାରିତା ଓ ଆଗାମୀ ଯୋଜନାର ସମୀକ୍ଷା କରିବା ଅବସରରେ ଏଭଳି ସୂଚନା ଦେଇଛନ୍ତି ପୂର୍ବତଟ ଜୋନ୍ କମିଶନ ସଦସ୍ୟ ମନୋଜ କୁମାର ସିଂ ।
ବର୍ତ୍ତମାନ ସୁଦ୍ଧା କି କି ପଦକ୍ଷେପ ନିଆଯାଇଛି ଓ ଆଗାମୀ ଦିନରେ କଣ କାର୍ଯ୍ୟକ୍ରମ ହେବ ତାହାର ବିବାରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦାନ କରିଛନ୍ତି ପୂର୍ବତନ ଜୋନ୍ କମିଶନ ମନୋଜ କୁମାର ସିଂ । ଖଦି ଓ ଗ୍ରାମୋଦ୍ୟୋଗ ସଂସ୍ଥା ଉଭୟ ଖଦି ଓ ଗ୍ରାମାଞ୍ଚଳରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାର କାମ କରିଥାଏ । ଓଡ଼ିଶାରେ ମୋଟ 85 ସଂସ୍ଥା ଖଦି ଓ ଗ୍ରାମୋଦ୍ୟୋଗରେ ପଞ୍ଜିକରଣ ହୋଇଛି । ଯେଉଁଥିରେ 66ଟି ସଂସ୍ଥା ଓ ଗୋଟିଏ ବୋର୍ଡ କାମ କରୁଛି । ପ୍ରତି ସଂସ୍ଥା KVIC ଟାର୍ଗେଟ ଦିଅନ୍ତି ।
କୋଭିଡ ସତ୍ତ୍ବେ ଏ ବର୍ଷ ଓଡ଼ିଶାରେ ଖଦି କ୍ଷେତ୍ରରେ 1 କୋଟି 31 ଲକ୍ଷ ଓଡ଼ିଶାର ଖଦି ସଂସ୍ଥାକୁ ଦିଆଯାଇଛି । ଯେଉଁଥିରୁ ଓଡ଼ିଶାର ବୁଣାକାରଙ୍କ ପାଖକୁ ଯାଇଛି 54 ଲକ୍ଷ 15 ହଜାର ଟଙ୍କା । ଅନ୍ୟପଟେ ଆଉଟଲେଟ କମ ରହିଛି । କିଛି ନୂଆ ଆଉଟଲେଟ ଖୋଲାଯିବ। ତା ସହିତ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ମଧ୍ୟ କାମ ଆରମ୍ଭ ହୋଇଛି ।
କୁମ୍ଭାର ମାନଙ୍କ ପାଇଁ ଇଲେକ୍ଟ୍ରିକ ଚକ ପ୍ରଦାନ କରାଯାଇଛି । ତା ସହିତ ମହୁ ମିଶନ,ଗୋବରରୁ ଘର ଲଗାଉଥିବା ରଙ୍ଗ ଧୂପକାଠି ନିର୍ମାଣ, କତା ଶିଳ୍ପ, କଇଁଆରୁ କେକ ନିର୍ମାଣ ଭଳି ନୂତନ ଦିଗରେ ପ୍ରଶିକ୍ଷଣ ଓ କାମ ଆରମ୍ଭ କରିଥିବା କହିଛନ୍ତି ପୂର୍ବତଟ ଜୋନ୍ କମିଶନ ସଦସ୍ୟ ମନୋଜ କୁମାର ସିଂ ।
ଭୁବନେଶ୍ବରର ଦେବସ୍ମିତା ରାଉତ, ଇଟିଭି ଭାରତ