ETV Bharat / city

କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ; ମତାମତ ଓ ପରାମର୍ଶ ପାଇଁ ଆହ୍ବାନ - amendment in juvenile justice Act 2016

କିଶୋର ନ୍ୟାୟ ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରସ୍ତୁତ ଚିଠା ଆଇନ ଉପରେ ମତାମତ ଓ ପରାମର୍ଶ ଦେବାକୁ ଆହ୍ବାନ କଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ; ମତାମତ ଓ ପରାମର୍ଶ ପାଇଁ ଆହ୍ବାନ କଲା ବିଭାଗୀୟ ମନ୍ତ୍ରଣାଳୟ

author img

By

Published : Oct 29, 2021, 7:25 AM IST

ଭୁବନେଶ୍ବର: କିଶୋର ନ୍ୟାୟ(ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ଯେଉଁ ଆଦର୍ଶ ଚିଠା ଆଇନ ପ୍ରସ୍ତୁତି ହୋଇଛି ତାହା ଉପରେ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି କେନ୍ଦ୍ର ସରକାର । ଉକ୍ତ ଚିଠା ଆଇନ ଉପରେ ମତାମତ ଓ ପରାମର୍ଶ ଦେବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଆଗ୍ରହୀ ପକ୍ଷ ନିଜ ନିଜର ମତାମତ ଓ ପରାମର୍ଶ ୨୦୨୧ ନଭେମ୍ବର ୧୧ ତାରିଖ ସୁଦ୍ଧା w2section-mwcd@gov.in ଇମେଲ ଆଇଡିରେ ପଠାଇପାରିବେ ।

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍ ୨୦୨୧ ଚଳିତବର୍ଷ ଜୁଲାଇ ୨୮ରେ ରାଜ୍ୟସଭାରେ ଗୃହୀତ ହୋଇଛି । ଏ ବର୍ଷ ବଜେଟ ଅଧିବେଶନରେ ଏହି ବିଲ୍‌ଟି ସଂସଦରେ ଉପସ୍ଥାପିତ ହେବା ପରେ ମାର୍ଚ୍ଚ ୨୪ ତାରିଖରେ ଏହା ଲୋକସଭାର ଅନୁମୋଦନ ଲାଭ କରିଛି । ଏହି ବିଲ୍ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୧୬ରେ ପୁରୁଣା ଆଇନଟି କାର୍ଯ୍ୟକାରୀ ହୋଇଥିଲା ।

ବିଲ୍‌କୁ ଉପସ୍ଥାପିତ କରିବାବେଳେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ ପ୍ରଚଳିତ ଆଇନରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ କେତେକ ଅଧିକ ଆଇନଗତ ଆବଶ୍ୟକତା ରହିଛି । ବିଶେଷକରି ଅଧିକ ବିପଦାପନ୍ନ ଶିଶୁଙ୍କ ସୁରକ୍ଷା ପାଇଁ ଏହା ବିଶେଷ ଜରୁରୀ । ଏହି ଶିଶୁଙ୍କ ସୁରକ୍ଷା ଓ ଯତ୍ନ ଦାୟିତ୍ବ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯିବା ଆବଶ୍ୟକ । ପିଲାମାନଙ୍କ ସୁରକ୍ଷା ଓ ଯତ୍ନ ଉପରେ ସବୁମନ୍ତେ ସରକାର ଦୃଷ୍ଟି ଦେବେ ବୋଲି ସଂସଦରେ ଯେଉଁ ଅଙ୍ଗୀକାର ପ୍ରକାଶ କରିଛନ୍ତି ତାହାକୁ ପାଳନ କରିବାକୁ ପ୍ରଚଳିତ ଆଇନରେ ସଂଶୋଧନ ଲୋଡା । ସେହି ପ୍ରତିଶ୍ରୁତି ମୁତାବକ ପ୍ରଚଳିତ ଆଇନରେ ସଂଶୋଧନ କରି ଏକ ଚିଠା ଆଦର୍ଶ ଆଇନ ପ୍ରସ୍ତୁତ କରାଯାଇଛି ।

ସଂଶୋଧିତ ନୀତି ଅନୁସାରେ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ପ୍ରଦାନ କରାଯିବ । ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦ୍ଦେଶ ଜେଜେ ଆଇନର ଧାରା ୬୧ ଅନୁସାରେ ଜାରି କରିବେ । ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତ୍ବରିତ ସମାଧାନ ଏବଂ ଉତ୍ତରଦାୟିତ୍ବ ବଢାଇବାକୁ ଏହି ପଦକ୍ଷେପ ନିଆଯାଇଛି । ଆହୁରି ମଧ୍ୟ ଆଇନର ସହଜ କାର୍ଯ୍ୟକାରିତା ଏବଂ ଦୁର୍ଦ୍ଦଶାଗ୍ରସ୍ତ ସ୍ଥିତିରେ ଥିବା ପିଲାଙ୍କ ଦୁଃଖ ତୁରନ୍ତ ଦୂର କରିବା ପାଇଁ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବେ । ସଂଶୋଧିତ ଚିଠା ଆଇନ ଅନୁସାରେ ଶିଶୁଙ୍କ ଯତ୍ନ ନେଉଥିବା ଯେକୌଣସି ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ହିଁ ପଞ୍ଜୀକୃତ କରାଯିବ । ଜିଲ୍ଲାପାଳ ସ୍ବାଧୀନ ଭାବେ ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ, ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ ସମୂହର କାର୍ଯ୍ୟକୁ ସମୀକ୍ଷା କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.