ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଲା CBSE ଦ୍ବାଦଶ ପରୀକ୍ଷା ଫଳ (CBSE 12th exam result) । ଫଳାଫଳ ନେଇ କିଛି ଛାତ୍ରଛାତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଅସନ୍ତୋଷ ଜାହିର କରିଛନ୍ତି । ତେବେ CBSE ଦ୍ବାଦଶ ପରୀକ୍ଷା ଫଳରେ ଖୁସି ଥିବା ପିଲାମାନେ ମିଠା ଖାଇ ଖୁସି ମନାଇଛନ୍ତି ।
ଚଳିତ ବର୍ଷ ବିନା ପରୀକ୍ଷାରେ ଦ୍ବାଦଶ ପରୀକ୍ଷା ଫଳ ବାହାରିଥିଲେ ସୁଦ୍ଧା ମାର୍କକୁ ନେଇ ଖୁସି ଅଛନ୍ତି ରାଜଧାନୀ ବିଜେଇଏମ ସ୍କୁଲର ଛାତ୍ରଛାତ୍ରୀ । କଠିନ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି CBSE ଦ୍ବାଦଶ ପରୀକ୍ଷା ଫଳକୁ ନେଇ ଶିକ୍ଷକ ପରିବାରବର୍ଗ ମଧ୍ୟ ଖୁସି ଅଛନ୍ତି ।
ଚଳିତ ବର୍ଷ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ରହିଥିଲେ । କେନ୍ଦ୍ରୀୟ ମାଧ୍ୟମକି ଶିକ୍ଷା ପରିଷଦ(CBSE) ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ପରୀକ୍ଷାଫଳ ସିବିଏସଇର ୱେବସାଇଟରେ ଦେଖିପାରିବେ । www.cbse.nic.in, www.cbseresults.nic.in କିମ୍ବା www.cbse.gov.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।
ଭୁବେନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ