ଭୁବନେଶ୍ବର: ରାଜ୍ୟରେ ବଢୁଛି ଗ୍ରୀଷ୍ମପ୍ରବାହ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ବଢୁଥିବା ତାପମାତ୍ରାକୁ ନେଇ ଅଂଶୁଘାତର ଆଶଙ୍କା କରାଯାଉଛି । ଏଣୁ ଅଂଶୁଘାତର ଚିକିତ୍ସା ପାଇଁ ପ୍ରସ୍ତୁତ ହେଉଛି କ୍ୟାପିଟାଲ ହସ୍ପିଟାଲ ।
ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ହସ୍ପିଟାଲରେ ଏହା ପାଇଁ ଏକ ସ୍ବତନ୍ତ୍ର ରୁମ୍ କରାଯିବା ସହ ଯଥେଷ୍ଟ ପାଣିର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଓଆରଏସ ଏବଂ ଅନ୍ୟାନ୍ୟ ସୁବିଧା କିଭଳି ରୋଗୀଙ୍କୁ ଯୋଗାଇ ଦିଆଯିବା, ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଜଣାଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ