ETV Bharat / city

ଟୀକାକରଣକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ: ନିର୍ଦ୍ଦେଶକ

author img

By

Published : Jan 12, 2021, 2:15 PM IST

କୋଭିଡ ଟୀକାକରଣକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ଅଧିକ ପଢନ୍ତୁ...

Capital hospital is ready for Covid vaccination
ଟୀକାକରଣକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ବର: ଆସନ୍ତା 16 ତାରିଖରୁ ସାରା ଦେଶରେ କୋଭିଡ ଟୀକାକରଣ ଆରମ୍ଭ ହେବାକୁ ଥିବା ବେଳେ ଆଜି(ମଙ୍ଗଳବାର) ରାଜ୍ୟରେ ଟିକା ପହଞ୍ଚୁଛି । ଏଥିଲାଗି ରାଜ୍ୟରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଗତ ୨ ତାରିଖରେ ଡ୍ରାଏ ରନ୍ ହୋଇଥିଲା । ଭ୍ୟାକସିନ୍ ପାଇଁ ପୋର୍ଟାଲରେ ନାମକୁ ରେଜିଷ୍ଟ୍ରେସନ ହୋଇଛି । କୋରୋନା ସମୟରେ ହସ୍ପିଟାଲରେ ପ୍ରାୟ ୧୫୦୦ ସ୍ବାସ୍ଥ୍ୟକର୍ମୀ କାମ କରୁଥିଲେ । ହସ୍ପିଟାଲକୁ ଟୁ- ୱେ କମ୍ୟୁନିକେସନ୍ ସେଣ୍ଟର କରାଯାଇଛି ।

ସେଥିପାଇଁ ହସ୍ପିଟାଲର ବିଭିନ୍ନ ବିଭାଗର ୧୫ ଜଣ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନେ ଭ୍ୟାକ୍ସିନକୁ ଇନସ୍ପେକସନ୍‌ରେ ସାହାଯ୍ୟ କରିବେ । ତେବେ ଏହି ସମସ୍ତ କାର୍ଯ୍ୟ ସରିଥିବା ବେଳେ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ବୋଲି ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.