ETV Bharat / city

9ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟର ମୋହର

cabinetmeeting started chaired by cm naveen pattanik
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ ବୈଠକ
author img

By

Published : Apr 12, 2021, 12:48 PM IST

Updated : Apr 12, 2021, 10:50 PM IST

12:45 April 12

ଶେଷ ହେଲା କ୍ୟାବିନେଟ ବୈଠକ, 9ଟି ପ୍ରସ୍ତାବକୁ ମଞ୍ଜୁରୀ

ଶେଷ ହେଲା କ୍ୟାବିନେଟ ବୈଠକ

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । 9ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା କ୍ୟାବିନେଟ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ନଅଟି ପ୍ରମୁଖ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଏବଂ ଖଣି ବିଭାଗ ସହ ଜଡିତ ପ୍ରସ୍ତାବରେ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ଭୁବନେଶ୍ୱରରେ ବହଚି-କରୁଣାଶ୍ରୟ ପଲ୍ଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ନେଇ ଥିବା ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗଚି-ଶଙ୍କରା କର୍କଟ ଚିକିତ୍ସା କେନ୍ଦ୍ର । ST ଏବଂ SC ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ANWESHA ଯୋଜନା ଜାରି ରଖିବା ଲାଗି ଆସିଥିବା ପ୍ରସ୍ତାବ କ୍ୟାବିନେଟ ମଞ୍ଜୁର କରିଛି । ଓଡ଼ିଶା କଲ୍ୟାଣ ସେବା ନିୟମ-1992 ଓ ଓଡିଶା ଅଧିନସ୍ଥ କଲ୍ୟାଣ ସେବା ନିୟମ-1992 ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ସେହିପରି ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠାକୁ ଅନୁମୋଦନ କରିଛି କ୍ୟାବିନେଟ କରୁଣାଶ୍ରୟ ହସ୍ପିଟାଲ ଟ୍ରଷ୍ଟ, ବାଙ୍ଗାଲୋର ସହିତ ମିଶି ଭୁବନେଶ୍ବରରେ ଉତ୍କର୍ଷ ପାଲିଏଟିଭ କେୟାର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାର ଫଣ୍ଡିଙ୍ଗ କରିବେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଉପଦେଷ୍ଟା ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ଏହି ପାଲିଏଟିଭ କେୟାର ହସ୍ପିଟାଲ ପ୍ରଥମଥର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି । ହସ୍ପିଟାଲ ଆଧାରିତ ପାଲିଏଟିଭ କେୟାର ବ୍ୟତୀତ ଏହା ଘରୋଇ ପାଲିଏଟିଭ କେୟାର ମଧ୍ୟ ଯୋଗାଇ ଦେବ । 

ଉକ୍ତ ପାଲିଏଟିଭ କେୟାର ଅନୁଷ୍ଠାନରେ ସ୍ଥାନୀୟ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସେବାପ୍ରଦାନକାରୀଙ୍କୁ ତାଲିମ ଦେବା ଦାୟିତ୍ବ ଗ୍ରହଣ କରିବ । ସୁବ୍ରତ ବାଗଚି ଏବଂ ସୁସ୍ମିତା ବାଗଚି ଏହି ପାଲିଏଟିଭ କେୟାର ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୧୩୦ କୋଟି ଟଙ୍କା ସହାୟତା ଦେବେ । ଓଡିଶା ସରକାର ପାଲିଏଟିଭ କେୟାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଇନଫୋଭ୍ୟାଲି ନିକଟରେ 20 ଏକର ଦେୟମୁକ୍ତ ଜମି ଯୋଗାଇ ଦେବେ ।

ପାଲିଏଟିଭ କେୟାର ହସ୍ପିଟାଲ ପ୍ରଥମେ ୧୦୦ ଶଯ୍ୟା ସହିତ ରୋଗୀ ସେବା ଆରମ୍ଭ କରି ପରେ ସମ୍ପ୍ରସାରିତ ହେବ । ଉକ୍ତ କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ୧୦୦ ପ୍ରତିଶତ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଉକ୍ତ ପାଲିଏଟିଭ କେୟାର ହସ୍ପିଟାଲରେ ଯନ୍ତ୍ରଣା ଉପଶମ ସେବା ସହ ସଂକ୍ରମଣ ରହିତ ପ୍ରଣାଳୀ ଅନୁସରଣ କରି ସହାନୁଭୂତି ସହିତ ସେବା ସୁଶ୍ରୁଷା ଏବଂ ସମ୍ମାନର ସହିତ ଶେଷ ନିଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ସହିତ ସାମୁହିକ ପାଲିଏଟିଭ କେୟାର ସେବା ଯୋଗାଇ ଦିଆଯିବ ।

ଏହା ସହ ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ ଅନୁମୋଦନ କରିଛି । ଶ୍ରୀ ଶଙ୍କର କର୍କଟ ଚିକିତ୍ସା ଫାଉଣ୍ଡେସନ୍ ଦ୍ୱାରା ହେବାକୁ ଥିବା ହସ୍ପିଟାଲ ପ୍ରତିଷ୍ଠା ଲାଗି ସୁବ୍ରତ ବାଗଚି ଏବଂ ସୁସ୍ମିତା ବାଗଚି 210 କୋଟି ଟଙ୍କା ସହାୟତା ଦେବେ । ସରକାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଭୁବନେଶ୍ବରର ଇନଫୋସିଟି - ୨ ନିକଟରେ 20 ଏକର ଜମି ପ୍ରଦାନ କରିବେ । ହସ୍ପିଟାଲ ପ୍ରାରମ୍ଭରେ ୨୫୦ ଶଯ୍ୟା ସହିତ 2024 ସୁଦ୍ଧା ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । 

ପରବର୍ତ୍ତୀ ସମୟରେ ଏହାକୁ 500 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ବିସ୍ତାରିତ ହେବ । କର୍କଟ ରୋଗର ପ୍ରମାଣ - ଆଧାରିତ ପରିଚାଳନା ସହିତ ଉନ୍ନତ ଅତ୍ୟାଧୁନିକ କର୍କଟ ଚିକିତ୍ସା ଯୋଗାଇବ । ସମ୍ପୂର୍ଣ ମାଗଣା ଚିକିତ୍ସା ପାଇଁ ୨୫ % ଶଯ୍ୟ ଅଲଗା ରଖାଯିବ । ଅନ୍ୟ ୨୫ % ଶଯ୍ୟ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ସମର୍ଥିତ ରୋଗୀମାନଙ୍କ ପାଇଁ ପୃଥକ ରହିବ । ଅବଶିଷ୍ଟ ୫୦ % ରୋଗୀ ସେବା ପାଇଁ ଦେୟ ଯୁକ୍ତ ଦେବେ ।

ସଂଗୃହିତ ଅର୍ଥ ଗରିବ ରୋଗୀଙ୍କ ସହାୟତା ଏବଂଡାକ୍ତରଖାନାର ବିସ୍ତାର ପାଇଁ ବ୍ୟବହୃତ ହେବ । ମୁଖ୍ୟ ବର୍ଗର କର୍କଟ ସେବା ଅର୍ଥାତ୍ ସର୍ଜିକାଲ୍, ମେଡିକାଲ୍ ଏବଂ ରେଡିଏସନ୍ ଅଙ୍କୋଲୋଜି, ଇମେଜିଙ୍ଗ୍ ନ୍ୟୁକ୍ଲିଆର ମେଡିସିନ୍, ଶିଶୁ ଏବଂ ହେମାଟୋ - ଅଙ୍କୋଲୋଜି, ଫୁସଫୁସ ରୋଗ କେନ୍ଦ୍ର, ନିଶ୍ଚିତକ ବିଭାଗ ଏବଂ ଇଣ୍ଟନ୍ଦିଭ୍ କେୟାର, ଲାବୋରେଟୋରୀ ଡାଇଗୋଷ୍ଟିକ୍ ସେବା ବ୍ଲଡ ବ୍ୟାଙ୍କ ଏବଂ ଇମ୍ୟୁନୋ - ହେମାଟୋଲୋଜି ସେବା ସହିତ ଏହା ଏକ ଉତ୍କର୍ଷ ଅଂକୋଲୋଜି କେନ୍ଦ୍ର ହେବ । ନର୍ସିଂ, ଫିଜିଓଥେରାପି ତାଲିମ କେନ୍ଦ୍ର, ନିଶା ନିବାରଣ କ୍ଲିନିକ୍, ବୃରିଗତ ପୁନର୍ବାସ ମଧ୍ୟ ଏହି କେନ୍ଦ୍ରର ଏକ ଅଂଶ ହେବ ।

ସହରାଞ୍ଚଳରେ ଅବସ୍ଥିତ ଶିକ୍ଷାନୁଷ୍ଠାନ ମାନଙ୍କ ସହ ଭାଗୀଦାରିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୨୦୧୫ -୧୬ ବର୍ଷରେ ଅନ୍ୱେଷା ଯୋଜନା କରିଥିଲେ । ଏହି ଯୋଜନାରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପିଲାମାନଙ୍କୁ ପ୍ରତିବର୍ଷ ସହରାଞ୍ଚଳରେ ଅବସ୍ଥିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ସରକାରୀ, ବେସରକାରୀ ମାନ୍ୟତା ପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଗ୍ରହଣ ପ୍ରବେଶ କରାଯାଇ ଦ୍ବାଦଶ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଅଛି । 

ରାଜ୍ୟର ୧୭ଟି ଜିଲ୍ଲାର ୧୭୭ ଟି ବିଦ୍ୟାଳୟରେ ୨୧, ୬୮୨ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାର ଅର୍ତଭୁକ୍ତ କରାଯାଇ ଶିକ୍ଷା ପ୍ରଦାନ କରାଯାଉଅଛି । ରାଜ୍ୟ ସରକାରଙ୍କ ତରଫରୁ ଏହି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ନିମନ୍ତେ ଆର୍ଥିକ ଓ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଉଅଛି । ଏହି ଯୋଜନାରୁ ମିଳିଥିବା ସଫଳତାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ପରବର୍ତ୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି । ଏଥି ପାଇଁ ନିମନ୍ତେ ୨୦୨୦ - ୨୧ ରୁ ୨୦୨୪ - ୨୫ ବର୍ଷ ପାଇଁ ୫୬୯୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଅଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨୫୦୦୦ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ । ସମସ୍ତ ଛାତ୍ର ଛାତ୍ରୀଙ୍କୁ ବିଭାଗ ଦ୍ବାରା ପରିଚାଳିତ ଅନ୍ୱେଷା ହଷ୍ଟେଲରେ ରଖାଯାଇ ଶିକ୍ଷା ପ୍ରଦାନ କରାଯିବ ।

ଓଡ଼ିଶା ମଙ୍ଗଳ ସେବା ( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ) ନିୟମ 1992ର କେତେକ ପରିବର୍ତ୍ତନ କରିବା ଆବଶ୍ୟକ ପଡିବାରୁ ଏହା ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହୋଇଥିଲା । ଓଡିଶା ମଙ୍ଗଳ ସେବାର ପୁନର୍ଗଠନ ଯୋଗୁଁ ଏହି ସେବାର କେତେକ ପଦବୀର ସଂଖ୍ୟାରେ ପରିବର୍ତ୍ତନ ସହ କେତେକ ନୂଆ ପଦବୀର ସୃଷ୍ଟି କରାଯାଇଛି । ଏହା ଯୋଗୁଁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ।

ଓଡ଼ିଶା ଲୋକସେବା ଆୟୋଗଙ୍କର ୨୦୧୬ - ୧୭ ବର୍ଷର କାର୍ଯ୍ୟାବଳୀ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ଏବଂ ଏହାର ଏକ ସ୍ମାରକପତ୍ର, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୩ ( ୨ ) ଅନୁଯାୟୀ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବା ନିମନ୍ତେ ମଞ୍ଜୁର କରାଯାଇଛି । ଓଡ଼ିଶା ଲାବୋରୋଟୋରୀ ଟେସ୍ଟିସିଆନ ସେବା ସଂଶୋଧନ ନିୟମ ୨୦୨୧ ପ୍ରଚଳିତ ହେବା ପାଇଁ ଯୋଜନା କରାଯାଇଛି । ବର୍ତ୍ତମାନ ଏହି ପଦବୀ ଗୁଡିକ ପୂରଣ ଓ ସେବା ସର୍ତ୍ତ ଓଡ଼ିଶା ଲାବୋରାଟୋରୀ ଟେନ୍ନିସିଆନ ସେବା ନିୟମ ୨୦୧୯ ଦ୍ଵାରା ନିୟନ୍ତ୍ରିତ ହେଉଛି । ନିଯୁକ୍ତି ଲାଗି ଠିକା ବ୍ୟବସ୍ଥା ଉଚ୍ଛେଦ କରି ପରୀକ୍ଷା ବ୍ୟବସ୍ଥା କରାଯିବ । 

ଉକ୍ତ ସଂଶୋଧନ ନିୟମରେ ନିଯୁକ୍ତି ପରୀକ୍ଷାର ପ୍ରଣାଳୀ ବିଷଦ ଭାବେ ଉପସ୍ଥାପନ କରାଯାଇଛି । ଯାହାକି ଶହେ ୧୦୦ ମାର୍କର ଏକ ଲିଖିତ ପରୀକ୍ଷା ହେବ । ଦୁଇ ଘଣ୍ଟା ସମୟର objective type multiple choice questions ର ନିଆଯିବ । ଯେଉଁ ଥିରେ କି ପ୍ରତି ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କାଟି ଦିଆଯିବ । ପରୀକ୍ଷାର ୬୦ % ପ୍ରଶ୍ନ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ୨୫ % ପ୍ରଶ୍ନ ପ୍ରାକ୍ଟିକାଲ ସମ୍ପର୍କିତ । ୧୦ % ପ୍ରଶ୍ନ ଏରିଥମେଟିକ ଏବଂ ୫ % ପ୍ରଶ୍ନ ଇଂରାଜୀ ଯାହା HSC ଷ୍ଟାଣ୍ଡାର୍ଡର ଅଟେ ।

ବର୍ତ୍ତମାନର ସଂଶୋଧନ ନିୟମରେ ପଦୋନ୍ନତି ନିୟମାବଳୀରେ କ୍ଲିନିକାଲ ସୁପର ଭାଇଜର ପଦବୀ ନୂତନ ଭାବରେ ସୃଷ୍ଟି କରାଯାଇଛି । ଯାହା ବରିଷ୍ଠ ଲାବୋରାଟେରୀ କ୍ରିସିଆନ ପଦବୀର ପରବର୍ତ୍ତୀ ପଦୋନ୍ନତି ପଦ ଅଟେ ।ସଂଶୋଧନ ନିୟମରେ ମୂଳ ଶିକ୍ଷାଗତ ଯୋଗ୍ୟତା  Diploma in Medical Laboratory Technology ( DMLT )  ଥାଇ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା Bachelor in Medical Laboratory Technology ( BMLT ) or Master in Medical Laboratory Technology ( MLT ) ପଦବୀ ପାଇଁ ଆବେଦନ କରିବା ନିମନ୍ତେ ଅନୁମୋଦନ କରାଯାଇଅଛି ।

ଜିଲ୍ଲା ଜର୍ଜ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ଏବଂ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରିବା ପାଇଁ ଓ.ଏସ.ଜେ.ଏସ. ଓ ଓ.ଜେ.ଏସ. ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ନିଯୁକ୍ତି ବର୍ଷ ୧ ଅଗଷ୍ଟ ପରିବର୍ତ୍ତେ ୧ ଏପ୍ରିଲ ବୋଲି ଗଣାଯିବ । ଓଡ଼ିଶା ଖଣିଜ ପଦାର୍ଥ ଚୋରୀ, ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ , ୨୦୨୧ ମାଧ୍ୟମରେ ଯେଉଁ ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । 

ପୂର୍ବ ଅନୁମୋଦିତ ସଂଶୋଧନ ପ୍ରସ୍ତାବରେ ଅଧିନିୟମ ୨୦୦୭ ର ଧାରା ୧୦ ର ଉପଧାରା ୧୫ ରେ ସମ୍ୟକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହି ତୃଟି ସୁଧାରିବା ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ଖଣିଜ ପଦାର୍ଥ ଚୋରୀ, ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ ୨୦୨୧ ଖଣି କାରବାରକୁ ଅଧିକ ସ୍ଵଚ୍ଛ, ସୁବ୍ୟବସ୍ଥିତ କରିବା ସହିତ ଅଧିକ ଖଣି - ରାଜସ୍ବ ଆଦାୟ, ଚୋରା ଖଣି କାରବାରକୁ ରୋକିବା ଏବଂ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାରେ ସହାୟକ ହେବ । 

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 12, 2021, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.