ETV Bharat / city

ବ୍ରଜରାଜନଗର ଉପନିର୍ବାଚନ, କଂଗ୍ରେସ ବିଧାୟକ ପ୍ରାର୍ଥି ଚୟନ ପାଇଁ କମିଟି ଗଠିତ

ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପ୍ରାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପ-ନିର୍ବାଚନ, କଂଗ୍ରେସ ବିଧାୟକ ପ୍ରାର୍ଥି ଚୟନ ପାଇଁ କମିଟି ଗଠିତ

author img

By

Published : May 5, 2022, 10:41 PM IST

ଭୁବନେଶ୍ବର: ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପ୍ରାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ।

କମିଟିରେ ପିସିସି ଉପ-ସଭାପତି ଯଜ୍ଞଶ୍ବର ବାବୁ ଅଧ୍ୟକ୍ଷ ରହିଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି । ସେହିପରି ଉକ୍ତ କମିଟିରେ ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ, ସୁନ୍ଦରଗଡ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ, ବରଗଡ ସାଂସଦ ପ୍ରାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି ।

ଉକ୍ତ କମିଟି ଆସନ୍ତାକାଲି ବ୍ରଜରାଜନଗର ଗସ୍ତ କରିବେ । ଅଞ୍ଚଳରେ ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରିବେ । ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ନିର୍ଦେଶ ଦେଇଛନ୍ତି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.