ETV Bharat / city

KhadiMela 2022: ଖଦି ବସ୍ତ୍ର ସହିତ ଏକ ବିଚାର,ଆରମ୍ଭ ହେଲା ଖଦିହାଟ

author img

By

Published : May 15, 2022, 9:05 AM IST

Updated : May 15, 2022, 1:17 PM IST

ରାଜଧାନୀରେ ଆରମ୍ଭ ହୋଇଛି ଖଦି ହାଟ । ଖଦି ଓ ଗ୍ରାମଦ୍ୟାଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ୨୦୨୨କୁ ଉଦଘାଟନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଧାୟକ ନାରାୟଣ ଜେନା । ଅଧିକ ପଢନ୍ତୁ

KhadiMela 2022: ଖଦି ବସ୍ତ୍ର ସହିତ ଏକ ବିଚାର,ଆରମ୍ଭ ହେଲା ଖଦିହାଟ
KhadiMela 2022:ରାଜଧାନୀରେ ଆରମ୍ଭ ହୋଇଛି ଖଦିହାଟ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ଖଦି ହାଟ । ଖଦି ଓ ଗ୍ରାମଦ୍ୟାଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ୨୦୨୨କୁ ଉଦ୍‌ଘାଟନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଧାୟକ ନାରାୟଣ ଜେନା । ଏହି ପ୍ରଦର୍ଶନୀ ହାଟରେ ୪୦ଟି ଷ୍ଟଲ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବୁଣାକାର ତଥା ଉଦ୍ୟୋଗୀମାନେ ବିଭିନ୍ନ ପ୍ରକାର ଉତ୍ପାଦକୁ ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀ ଚଳିତ ମାସ ୧୪ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଖଦି କେବଳ ବସ୍ତ୍ର ନୁହେଁ ଏକ ବିଚାର । ଖଦି ପିନ୍ଧନ୍ତୁ ସୁସ୍ଥ ରୁହନ୍ତୁ । ଏଭଳି ନାରା ନେଇ ଆରମ୍ଭ ହୋଇଛି ଭୁବନେଶ୍ବରର ଖଦି ଓ ଗ୍ରାମଦ୍ୟୋଗ ପଡିଆରେ ଖଦି ହାଟ । ଲଗାଯାଇଥିବା ଷ୍ଟଲ ଗୁଡିକରେ ବିଭିନ୍ନ ପ୍ରକାରର ଖଦି ବସ୍ତ୍ର, ସାଲ, ଜ୍ୟାକେଟ, ମସଲା, ଆଚାର, ହସ୍ତଶିଳ୍ପ, ଆଗରବତୀ , ସିଂଘ ତିଆରି ଜିନିଷ, ଘଣା ତେଲ, ଫିନାଇଲ, ଡିଟେରଜେଣ୍ଟ ଇତ୍ୟାଦି ବିଭିନ୍ନ ଗୃହ ଉପଯୋଗୀ ସାମଗ୍ରୀ ରହିଛି । ଆଜିର ଆଧୁନିକ ଢାଞ୍ଚା ପ୍ରତି ଅଧିକ ଆକୃଷ୍ଟ ହେଉଥିବାବେଳେ ଏବେ ଅନେକ ଯୁବପିଢ଼ି ମଧ୍ୟ ଖଦି ବସ୍ତ୍ର ପ୍ରତି ଆଗ୍ରହ ଦେଖାଇଛନ୍ତି ।

KhadiMela 2022: ଖଦି ବସ୍ତ୍ର ସହିତ ଏକ ବିଚାର,ଆରମ୍ଭ ହେଲା ଖଦିହାଟ

ତେବେ ଏହାକୁ ବ୍ୟବସାୟୀ ଭାବେ ନ ଦେଖି ଏହା ଏକ ଭାରତର ଗର୍ବ ଓ ଗୌରବ ବୋଲି କହିଛନ୍ତି ଖଦି ମଣ୍ଡଳର ସଭାପତି । ସେହିପରି ଖଦି ହାଟର ଉଦଘାଟନୀ ସମାରୋହରେ ଖଦି ଓ ଖଦିର ଚାହିଦା ବିଷୟରେ ଅନେକ ଭାବରେ ଆଲୋଚନା ହୋଇଛି । ମେୟର ସୁଲୋଚନା ଦାସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଖଦି ସମସ୍ତଙ୍କର ପ୍ରତୀକ ଇଂରେଜ ଶାଶନ ବେଳେ ମହାତ୍ମାଗାନ୍ଧୀ ଏହି ଚରଖାରେ ଇଂରେଜଙ୍କୁ ତଡିବାରେ ସଫଳ ହୋଇଥିଲେ । ଯାହା ଦ୍ବାରା ଖଦି ପିନ୍ଧିବା ପାଇଁ ଏବେ ଅନେକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଏଭଳି ଗାଁରୁ ସହର ପର୍ଯ୍ୟନ୍ତ ଏବଂ ଡିଜିଟାଲ ମାଧ୍ୟମରେ ଏହାକୁ ଆହୁରି ପ୍ରଚାର ପ୍ରସାର କରିଲେ ଏହାର ଅଭିବୃଦ୍ଧି ହେବ ବୋଲି ଅତିଥି ମାନେ କହିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : May 15, 2022, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.