ETV Bharat / city

ଅସରାଏ ବର୍ଷାରେ ସ୍ମାର୍ଟ ସିଟିରେ ହାଲ ବେହାଲ, ଜଳବନ୍ଦୀ ଅବସ୍ଥାରେ ରାଜଧାନୀବାସୀ

author img

By

Published : Jul 20, 2021, 9:21 PM IST

ରାଜଧାନୀରେ ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ସ୍ମାର୍ଟସିଟିର ହାଲ ବେହାଲ। ଅଚାନକ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟସିଟିର ଇସ୍କନ ମନ୍ଦିର ସାମ୍ନା, ନୟପଲ୍ଲୀ ବେହେରା ସାହି, ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଛି । ଅଧିକ ପଢ଼ନ୍ତୁ...

ଅସରାଏ ବର୍ଷାରେ ସ୍ମାର୍ଟ ସିଟିରେ ହାଲ ବେହାଲ, ଜଳବନ୍ଦୀ ଅବସ୍ଥାରେ ରାଜଧାନୀବାସୀ
ଅସରାଏ ବର୍ଷାରେ ସ୍ମାର୍ଟ ସିଟିରେ ହାଲ ବେହାଲ, ଜଳବନ୍ଦୀ ଅବସ୍ଥାରେ ରାଜଧାନୀବାସୀ

ଭୁବନେଶ୍ବର: ରାଜଧାନୀରେ ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ସ୍ମାର୍ଟସିଟିର ହାଲ ବେହାଲ। ଅଚାନକ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟସିଟିର ଇସ୍କନ ମନ୍ଦିର ସାମ୍ନା, ନୟପଲ୍ଲୀ ବେହେରା ସାହି, ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଛି । କେତେକ ସ୍ଥାନରେ କାର, ବାଇକ ଅଧା ବୁଡ଼ି ରହିଥିବା ଦେଖା ଯାଇଛି । ପ୍ରବଳ ବର୍ଷାରେ ଲୋକଙ୍କ ଘରେ ପାଣି ପଶିଛି । ଘରୁ ବାହାରିବା ଦୂରର କଥା ଲୋକେ ନିଜ ଘରେ ପାଣିରେ ରହିଛନ୍ତି ।

ପ୍ରତିବର୍ଷ ରାଜଧାନୀରେ ବର୍ଷା ଦିନେ ବିଏମସିର ଡ୍ରେନେଜ ବ୍ୟବସ୍ଥା ପଦାରେ ପଡ଼ୁଛି । ସ୍ମାର୍ଟ ବୋଲାଉଥିବା ଭୁବନେଶ୍ବରରେ ସଠିକ୍ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଅବସ୍ଥା ଏମିତି ଯେ ନିଜ ଘରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି । ଏହାକୁ ନେଇ ବିଏମସି ନିକଟରେ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନି ।

ରାଜଧାନୀରେ ଭୁବନେଶ୍ବର ମହାନଗର ନିଗମ କେବଳ ବାହାସ୍ଫୋଟ ମାରିବାରେ ବ୍ୟସ୍ତ । ସ୍ମାର୍ଟସିଟିରେ ଡ୍ରେନେଜ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ବୋଲି ବିଏମସି ବାରମ୍ବାର ଡିଣ୍ଡିମ ପିଟୁଛି ହେଲେ ଏହାର ବାସ୍ତବ ରୂପ ଅସରାଏ ବର୍ଷା ରେ ଜଣାପଡି ଯାଉଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.