ETV Bharat / city

ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସିର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି - ରାଜଧାନୀରେ କୋରୋନା ଅପଡେଟ

ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କୋରୋନା ସଂକ୍ରମିତଙ୍କ ପାଇଁ ବିଏମସି ଆଣିଛି ନୂଆ ସୁବିଧା । ଜାରି ହୋଇଛି ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ । ଅଧିକ ପଢନ୍ତୁ...

bmc sop, home and paid isolation,home and paid isolation in bhubaneswar, corona update in bhubaneswar, bmc latest news, ବିଏମସିର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ, ହୋମ ଓ ପେଡ ଆଇସୋଲେସନ, ରାଜଧାନୀରେ ହୋମ ଓ ପେଡ ଆଇସୋଲେସନ, ରାଜଧାନୀରେ କୋରୋନା ଅପଡେଟ, ବିଏମସି ଲାଟେଷ୍ଟ ନ୍ୟୁଜ୍‌
ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସିର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି
author img

By

Published : Sep 5, 2020, 10:30 AM IST

ଭୁବନେଶ୍ବର: ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କୋରୋନା ସଂକ୍ରମିତଙ୍କ ପାଇଁ ବିଏମସି ଆଣିଛି ନୂଆ ସୁବିଧା । ଜାରି ହୋଇଛି ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତି ନିଜ ଆଡୁ ଫୋନ କରି ବିଏମସିକୁ ନିଜ ସ୍ଥିତି ଜଣାଇପାରିବେ । ଏଥିପାଇଁ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବର ହେଉଛି 18003450061 ଓ 0674-2431253 ।

ରାଜଧାନୀରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସହରରେ ବସ୍ତିଠାରୁ ଆରମ୍ଭ କରି ନଗର ଓ ବିଭିନ୍ନ ଅଣବସ୍ତି ଅଞ୍ଚଳରେ କୋରୋନା ସଂକ୍ରମଣ ବେଲଗାମ ହୋଇଥିବା ଦେଖାଯାଉଛି । ଏମିତିରେ ରାଜଧାନୀ ବାସିନ୍ଦାଙ୍କ ପାଇଁ ସ୍ବଗୃହରେ ସଙ୍ଗରୋଧରେ ରହିବା ପାଇଁ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉଛି। ସେଥିପାଇଁ ବିଏମସି ପକ୍ଷରୁ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସେପଟେ ଭୁବନେଶ୍ବରରେ ଏବେ ସଂକ୍ରମଣ ସଂଖ୍ୟା 12 ହଜାର ଟପିଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ହୋମ ଏବଂ ପେଡ ଆଇସୋଲେସନ ଲକ୍ଷଣ ବିହୀନ ଏବଂ ଲକ୍ଷଣଯୁକ୍ତ କୋଭିଡ-19 ପଜିଟିଭ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ । ଏମିତିରେ ସମୟ ସମୟେ ସେମାନଙ୍କ ସ୍ଥିତି ଜାଣି ସେମାନଙ୍କ ଅବସ୍ଥା ଅନୁଯାୟୀ ପରାମର୍ଶ ଏବଂ ସେବା ଯୋଗାଇ ପାରିଲେ ଅନେକ ପଜିଟିଭ ବ୍ୟକ୍ତି ସୁସ୍ଥ ହେବା ସହିତ ହୋମ ଆଇସୋଲେସନର ବ୍ୟବସ୍ଥା ସୁଦୃଢ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.