ETV Bharat / city

ବିଜେପି କରିବ ଭର୍ଚୁଆଲ ରାଲି, ଅମିତ ଶାହା ଦେବେ ଆତ୍ମନିର୍ଭରଶୀଳ ଭାରତ ବାର୍ତ୍ତା - ବିଜେପି

ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବାକୁ ଯାଉଛି। କୋରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ। ଅଧିକ ପଢନ୍ତୁ..

virtual-rally-amit-shah
virtual-rally-amit-shah
author img

By

Published : Jun 3, 2020, 7:25 PM IST

Updated : Jun 3, 2020, 7:34 PM IST

ଭୁବନେଶ୍ବର: ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବାକୁ ଯାଉଛି। କୋରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ। ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ବିଜେପି କରିବ ଭର୍ଚୁଆଲ ରାଲି , ଅମିତ ଶାହା ଦେବେ ଆତ୍ମନିର୍ଭରଶୀଳ ଭାରତ ବାର୍ତ୍ତା

ସମୀର ମହାନ୍ତି କହିଛନ୍ତି ଯେ, କୋରୋନା ସମୟରେ ବିଜେପିର ଦାୟିତ୍ବ ଅନେକ ରହିଛି । ମୋଦି ସରକାରଙ୍କ ଦ୍ଵିତୀୟ ପାଳି ପ୍ରଥମ ବର୍ଷ ଭିତରେ ବହୁତ କାମ ହୋଇଛି। ଜୀବନ ଓ ଜୀବିକୀକୁ ପ୍ରାଧାନ୍ୟ ଦେଇଛନ୍ତି। ଆତ୍ମନିର୍ଭରଶୀଳ ପାଇଁ 20ଲକ୍ଷ କୋଟି ପ୍ୟାକେଜ। ସାଢ଼େ ଚାରି କୋଟି ଓଡ଼ିଆ ଏହାର ଲାଭ ନେଇପାରିବେ। ଦେଶର ଅର୍ଥନୀତି ବୃଦ୍ଧି ପାଇଁ ଦୂରଦୃଷ୍ଟି ଦେଇଛନ୍ତି। ପୂର୍ବ ଭାରତର ବିକାଶ ପାଇଁ କାମ ଚାଲିଛି। ଲକଡାଉନ ସମୟରୁ ହି ବିଜେପି 16 କୋଟି ଲୋକଙ୍କୁ ‘ପିଡ଼ ଦ ନିଡ଼’ ନାଁରେ ଖାଦ୍ୟ ଯୋଗାଇଛୁ। 5 କୋଟି ମାସ୍କ ଦେଇଛୁ ବୋଲି କହିଛନ୍ତି ସମୀର ମହାନ୍ତି।

ଆରୋଗ୍ୟ ସେତୁ 50 ଲକ୍ଷ ଡାଉନଲାଡ ହୋଇଛି। ଜୁନ 8 ତାରିଖରେ 3.30ରେ ପ୍ରଧାନମନ୍ତ୍ରୀ ଡିଜିଟାଲ ପ୍ଲାଟଫୋର୍ମ ମାଧ୍ୟମରେ ଓଡ଼ିଶାର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଯିବାର ଵର୍ତ୍ତା ଦିଆଯିବା ନେଇ ଭର୍ଚୁଆଲ ରାଲି ହେବ। ଆମେ ଏଥିରେ ଲକ୍ଷ୍ୟଧିକ ଲୋକଙ୍କୁ ଯୋଡ଼ିବୁ। ଆଗାମୀ ଦିନରେ ଡିଜିଟାଲ ଇଣ୍ଡିଆକୁ ଓଡ଼ିଶାର ପଞ୍ଚାୟତ ଗୁଡିକୁ ଯୋଡ଼ିବୁ ବୋଲି ସେ କହିଛନ୍ତି । ଏହି ଭର୍ଚୁଆଲ ରାଲିରେ ଗୃହମନ୍ତ୍ରୀ ଅମିତ ଶାହା ସମ୍ବୋଧନ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 3, 2020, 7:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.