ETV Bharat / city

ଲିଙ୍ଗରାଜ ଚତୁଃପାର୍ଶ୍ବ ଉଚ୍ଛେଦ ଘଟଣା, ସରକାରଙ୍କୁ ସମୟ ମାଗିଲା ବିଜେପି - ଲିଙ୍ଗରାଜ ଚତୁଃପାର୍ଶ୍ବ ଉଚ୍ଛେଦ

ଲିଙ୍ଗରାଜ ଚତୁଃର୍ପାଶ୍ୱରେ ସୌନ୍ଦର୍ଯ୍ୟକରଣ ନିର୍ଦ୍ଧାରିତ ସମୟରେ ସାରିବାକୁ ରାଜ୍ୟ ସରକାରଙ୍କୁ ଦାବି କଲା ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପୁଣି ଥରେ ପ୍ରଶ୍ନ କରିଛି ଦଳ ।

Lingaraj Temple eviction
ଲିଙ୍ଗରାଜ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣର ସାରିବାର ସମୟ ଧାର୍ଯ୍ୟ କରନ୍ତୁ ସରକାର:ବିଜେପି
author img

By

Published : Dec 13, 2019, 7:34 PM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ସାରିବା ସମୟ ଧାର୍ଯ୍ୟ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଲା ବିଜେପି । ଯେଉଁଭଳି ସରକାର ତରବର ହୋଇ ଉଚ୍ଛେଦ କରିଛନ୍ତି ତାକୁ ନେଇ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥିଲା । ଏଥିସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ଦଳ କହିଛି । ବିଜେପିର ଉପସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଲିଙ୍ଗରାଜ ଉଚ୍ଛେଦକୁ ନେଇ ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କରିଥିଲେ ।

ଲିଙ୍ଗରାଜ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣର ସାରିବାର ସମୟ ଧାର୍ଯ୍ୟ କରନ୍ତୁ ସରକାର:ବିଜେପି

ସେ ଏହି ସମ୍ମିଳନୀରେ କହିଛନ୍ତି, ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାକୁ ଦଳ ସମର୍ଥନ କରୁଛି । ହେଲେ ତରବରିଆ ଓ ବିନା କୌଣସି ଘୋଷଣାରେ ଉଚ୍ଛେଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେବେ ସରକାର ଉଚ୍ଛେଦକୁ ନେଇ ଘୋଷଣା କରିଥିବା ପ୍ୟାକେଜ ଓ ପ୍ଲାନିଂକୁ ପୁରୁଣା ଭୁବନେଶ୍ବରବାସୀଙ୍କ ନିକଟରେ ପ୍ରଦର୍ଶିତ କରିବା ସହ ଆଲୋଚନା ଓ ସହଯୋଗ ମାଧ୍ୟମରେ ଲିଙ୍ଗରାଜର ସୌନ୍ଦର୍ଯ୍ୟ ଓ ବିକାଶ କାର୍ଯ୍ୟ କରିବାକୁ ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:

ଲିଙ୍ଗରାଜ ଚତୁରର୍ପାଶ୍ୱରେ ସନ୍ଦର୍ଯ୍ୟକରଣ ସାରିବାକୁ ରାଜ୍ୟ ସରକାର ସମୟ ଧାଯ୍ୟ କରନ୍ତୁ: ବିଜେପି।

ଯେଉଁ ଭଳି ଭାବରେ ଲିଙ୍ଗରାଜ ମନ୍ଦିର ଚତୁରର୍ପାଶ୍ୱର ଘର ଭଙ୍ଗାଯିବା ଘଟଣା। ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଯେଉଇଁ ଭଳି ଭାବରେ ତରତର ଭାବରେ ଉଛେଦ କରାଗଲା। ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ବାସୀଙ୍କୁ ସମୟ ସୀମା ଧାର୍ଯ୍ୟ କରନ୍ତୁ।

Body:

ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏନେଇ ଚତୁରର୍ପାଶ୍ୱରେ ସୌନ୍ଦର୍ଯ୍ୟ କରଣକୁ ସ୍ୱଗତ କରିଛି ବିଜେପି। ଯେଉଁ ଭଳି ଭାବରେ ପୁରୁଣା ଭୁବନେଶ୍ୱର ବାସୀନ୍ଧା ମାନେ କିଛି ଦିନ ଧରି ହଇରାଣ ହରକତ ହୋଇଛନ୍ତି। ରାଜ୍ୟ ସରକାର ଯେଉଁ ଭଳି ତରବରିଆ ଭାବରେ ଉଛେଦ ପକ୍ରିୟା କରମ୍ଭ କରିଛନ୍ତି ତାହା ନିନ୍ଦନୀୟ ଅଟେ। ରାଜ୍ୟ ସରକାର ଏହା ଉପରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଯାହା ଜନସାଧାରଣଙ୍କ ସହ ଅଲୋଚନା କରିବା ସହ ସହଯୋଗ ମାଧ୍ୟମରେ ଲିଙ୍ଗରାଜ ମନ୍ଦିରରେ ବିକାଶ କାର୍ଯ୍ୟ କରିବାକୁ ବିଜେପି ପକ୍ଷରୁ କୁହାଯାଇଛି। ଯେଉଁ ଭଳି ମାତ୍ର ରେ ପୁରୀ ଶ୍ରୀମନ୍ଦିର ଚତୁରର୍ପାଶ୍ୱର ସୌନ୍ଦର୍ଯ୍ୟ କାରଣ ପାଇଁ ଉଛେଦ କରାଗଲା ସେହି ଭଳି ଭାବରେ ଲିଙ୍ଗରାଜ ମନ୍ଦିରକୁ ମଧ୍ୟ ସୌନ୍ଦର୍ଯ୍ୟ କରନା କରଜୀବ। କିନ୍ତୁ ଲିଙ୍ଗରାଜ ମନ୍ଦିର ଚତୁରର୍ପାଶ୍ୱରେ ସନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମୟ ସୀମା ଧାର୍ଯ୍ୟ କରି ରାଜ୍ୟ ବାସୀଙ୍କୁ ଜଣାନ୍ତୁ। ଏବଂ ଯେଉଁ ମାନଙ୍କର ସ୍ଥିତିବାନ ସମ୍ପତି ନଷ୍ଟ ହୋଇଛି ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଦିଆଯାଉ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

Byte- ସମୀର ମହାନ୍ତି, ସଭାପତି ରାଜ୍ୟ ବିଜେପି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.