ETV Bharat / city

ନିର୍ବାଚନୀ ହିଂସାକୁ ସମୀରଙ୍କ ନିନ୍ଦା, ସିଧାସଳଖ ରାଜ୍ୟ ମୁଖିଆଙ୍କୁ ଟାର୍ଗେଟ - ନିର୍ବାଚନୀ ହିଂସାକୁ ନେଇ ବିଜେପିର ପ୍ରେସମିଟ

ନିର୍ବାଚନୀ ହିଂସାକୁ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସମସ୍ତ ଘଟଣାକୁ ନେଇ ସିଧାସଳଖ ରାଜ୍ୟ ମୁଖିଆଙ୍କୁ ଟାର୍ଗେଟ କରିଛନ୍ତି । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ।

ନିର୍ବାଚନୀ ହିଂସା
ନିର୍ବାଚନୀ ହିଂସା
author img

By

Published : Feb 17, 2022, 12:39 PM IST

ଭୁବନେଶ୍ବର: ରାଜ୍ୟରେ ବୁଧବାର କିଛି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅନେକ ସ୍ଥାନରେ ମାରପିଟ, ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧକୁ ଆକ୍ରମଣ, ବୁଥ ଜବରଦଖଲ ଭଳି ଚିତ୍ର ସାମ୍ନାକୁ ଆସିଥିଲା । ଏହି ନିର୍ବାଚନୀ ହିଂସାକୁ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସମସ୍ତ ଘଟଣାକୁ ନେଇ ସିଧାସଳଖ ରାଜ୍ୟ ମୁଖିଆଙ୍କୁ ଟାର୍ଗେଟ କରିଛନ୍ତି । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ।

ନିର୍ବାଚନୀ ହିଂସାକୁ ସମୀରଙ୍କ ନିନ୍ଦା

ସେ କହିଛନ୍ତି ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡ଼ିର ଉତ୍ତର ହାସ୍ୟାସ୍ପଦ । ନିର୍ବାଚନୀ ହିଂସା ଉତ୍ତର ମୁଖ୍ୟମନ୍ତ୍ରୀ ପ୍ରମାଣ ସହ ଦେବେ କି ବୋଲି କହିଛନ୍ତି ସମୀର ମହାନ୍ତି । ବିଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ରାଜନୈତିକ ହିଂସାରେ ଆମ ଦଳର 13 ଜଣ କାର୍ଯ୍ୟକର୍ତ୍ତାଙ୍କ ମୁଣ୍ଡ ଗଡ଼ିଥିଲା । ପରବର୍ତ୍ତୀ ସମୟରେ ମାହାଙ୍ଗା ଡବଲ ମର୍ଡର ଏବଂ ଏବେ ଭଦ୍ରକରେ ଜଣଙ୍କର ମୃତ୍ୟୁ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନାହିଁ । 2019 ନିର୍ବାଚନରେ ମଙ୍ଗୁଳି ଜେନାଙ୍କ ହତ୍ୟାକୁ ବିଜେଡ଼ିର ହିଂସାର ଏକ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ବିଜୁ ଜନତା ଦଳର ପ୍ରତାପ ଜେନା, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ସଞ୍ଜୟ ଦାସ ବର୍ମାଙ୍କ ଭଳି ଦାଗୀ ନେତା ନବୀନ ବାବୁଙ୍କର । ସେମାନେ ବିଭିନ୍ନ ହିଂସାରେ ସମ୍ପୃକ୍ତ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସାଢେ 4 କୋଟି ଓଡ଼ିଶାବାସୀଙ୍କୁ ନୈତିକତାର ଭାଷା କହି ନିଜକୁ ଲଜ୍ଜିତ କରାନ୍ତୁ ନାହିଁ ବୋଲି କହିଛନ୍ତି କହିଛନ୍ତି ରାଜ୍ୟ ବିଜେପି ସଭାପତି । ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଶାସକ ଦଳ ଦିବାଲୋକରେ ଟଙ୍କା ବାଣ୍ଟୁଥିବା ଘଟଣାଠୁ ନେଇ ଗଣାମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣା ସବୁକୁ ନେଇ ରାଜ୍ୟ ମୁଖିଆଙ୍କୁ ମାଲୋଚନା କରିଛନ୍ତି ସମୀର ମହାନ୍ତି ।

ସେ ଆହୁରି କହିଛନ୍ତି ଓଡ଼ିଶାର ସାଢେ 4 କୋଟି ଜନତା ଜାଣିଛନ୍ତି ନିର୍ବାଚନୀ ହିଂସା ପଛରେ କାହାର ହାତ ଅଛି । ଓଡ଼ିଶାର ଲୋକମାନେ ଭୋଟ ମାଧ୍ୟମରେ ଏହାର ଉଚିତ୍ ଜବାବ୍ ଦେବେ । ଓଡ଼ିଶା ପ୍ରଶାସନ, ଡ଼ିଜିପି ଶାସକ ଦଳର ଇଙ୍ଗିତରେ କାମ ନକରି ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ବୁଥରେ ସୁରକ୍ଷା ଦିଅନ୍ତୁ ।

ରାଜ୍ୟ ନିର୍ବାଚନ ଆୟୋଗ ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ସମ୍ପର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବାକୁ କହିଛନ୍ତି ସମୀର ମହାନ୍ତି । ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆହ୍ବାନ ଦେଇଛନ୍ତି ସମୀର । ଆଜି ସମସ୍ତ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.