ETV Bharat / city

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରେରଣାଦାୟୀ କହିଲେ ସମୀର ମହାନ୍ତି

ପ୍ରଧାନମନ୍ତ୍ରୀଙ୍କ ୯୧ତମ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ ଶୁଣିଲେ ରାଜ୍ୟର ବିଭିନ୍ନ ବିଜେପି ନେତା । କାର୍ଯ୍ୟକ୍ରମ ଶେଷ ପରେ ପ୍ରତିକ୍ରିୟା ରଖି, ପ୍ରଧାନମନ୍ତ୍ରୀଙ୍କ ଚଳିତ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରେରଣାଦାୟୀ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

author img

By

Published : Jul 31, 2022, 4:00 PM IST

Updated : Jul 31, 2022, 4:16 PM IST

ପ୍ରଧାନମନ୍ତ୍ରୀଙ୍କ ୯୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରେରଣାଦାୟୀ କହିଲେ ସମୀର ମହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍(maan ki baat) ଶୁଣିଲେ ରାଜ୍ୟର ବିଭିନ୍ନ ବିଜେପି ନେତା । ଭୁବନେଶ୍ବର ସ୍ଥିତ ଭିଏସଏସ ନଗରରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ତୁଙ୍ଗ ନେତା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ଶୁଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ, "ଚଳିତ ମାସ ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ମେଳା ମହୋତ୍ସବ ସମେତ ଔଷଧୀୟ ବୃକ୍ଷର ମହତ୍ତ୍ବ, ଖେଳଣା ରପ୍ତାନୀରେ ଯୁବପିଢୀଙ୍କ ଭାଗୀଦାରିତା ବୃଦ୍ଧି, ଆତ୍ମନିର୍ଭର ଭାରତ ଆଦି ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ।''

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରେରଣାଦାୟୀ କହିଲେ ସମୀର ମହାନ୍ତି

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବେଶ୍ ପ୍ରରଣାଦାୟୀ ବୋଲି କହିଛନ୍ତି ସମୀର ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ମୋଦିମୟ ହୋଇଛି । ଓଡିଶା ମଧ୍ୟ ମୋଦିମୟ ହେଉ ବୋଲି ଆଶାପ୍ରକଟ କରିଛନ୍ତି ସମୀର ମହାନ୍ତି । ସେହିପରି ଦେଶରେ ବିଭିନ୍ନ ସ୍ଥାନରେ ଇଡିର ଜେରାକୁ ମଧ୍ୟ ପ୍ରଶଂସା କରିଛନ୍ତି ବିଜେପି ରାଜ୍ୟ ସଭାପତି । ଇଡି ନିରପେକ୍ଷ ଭାବେ ତା'ର କାର୍ଯ୍ୟ କରୁଥିବା କହିଛନ୍ତି ।

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, FIFA ୧୭ ବର୍ଷରୁ କମ ମହିଳା ବିଶ୍ବ କପ( FIFA Under 17 Women's World Cup) ଭାରତ ଆୟୋଜନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏହି ପ୍ରତିଯୋଗିତା ଅକ୍ଟୋବରରୁ ଆରମ୍ଭ ହେବ, ଏହାଦ୍ବାରା ଦେଶର ଝିଅମାନେ କ୍ରୀଡା ପ୍ରତି ଆକୃଷ୍ଟ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2022, 4:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.