ETV Bharat / city

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା - ଓଡିଶା ଆସିବେ ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

author img

By

Published : Aug 31, 2022, 2:24 PM IST

Updated : Sep 1, 2022, 8:49 AM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା(BJP National President JP Nadda to visit Odisha) । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ(Prithiviraj Harichandan) ଆଜି(ବୁଧବାର) ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପିର ଫୋକସରେ ପଶ୍ଚିମବଙ୍ଗ ଓ ଓଡିଶା ରହିଛି । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ମାସରେ ଓଡିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ । ତେବେ ଆସନ୍ତା ମାସରେ ବିଜେପିର ତିନି ପ୍ରମୁଖ ଚେହେରା ଓଡ଼ିଶା ଗସ୍ତରେ ଆସୁଥିବାର ସୂଚନା ମିଳିଛି । ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏହି ପ୍ରଶିକ୍ଷଣ ଶିବିର ହେବ । ସେପ୍ଟେମ୍ବର ୫ ଓ ୬ରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି । ଓଡିଶାର ବିଜେପି ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ବଂଶଲଙ୍କ ଏହା ହେବ ପ୍ରଥମ ଗସ୍ତ । ସେହିପରି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ମଧ୍ୟ ଓଡିଶା ଆସି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: make-in-odisha conclave ପାଇଁ ଦିଲ୍ଲୀ ଗସ୍ତରେ ନବୀନ, ସମାଲୋଚନା କଲା BJP

ବିଜେପିର ଏହି ତିନି ପ୍ରମୁଖ ଚେହେରା ସେପ୍ଟେମ୍ବର ମାସରେ ଓଡ଼ିଶା ଆସିବେ । କିନ୍ତୁ କେବେ ଆସିବେ ସେନେଇ ତାରିଖ ଚୂଡାନ୍ତ ହୋଇନାହିଁ । ୨୦୨୪ ପାଇଁ ପ୍ରସ୍ତୁତି ଭାବେ ବିଜେପି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଗୁରୁମନ୍ତ୍ର ଦେଇଥିଲେ । ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କ ମାରାଥନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଇଟିଭି ଭାରତ, ଓଡିଶା

Last Updated : Sep 1, 2022, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.