ETV Bharat / city

'ଗୃହ କମିଟି ବୈଠକରେ ଉତ୍ତର ମାଗିବାରୁ ମିଳିଲା ଅପମାନ' - ଭୁବନେଶ୍ବର

ଗୃହ କମିଟି ବୈଠକର ଅଧାରୁ ଉଠିଲେ ବିଜେପି ବିଧାୟକ ମୋହନ ମାଝୀ। ଅଫିସରଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଅଧିକ ଖବର ପଢନ୍ତୁ...

'ଗୃହ କମିଟି ବୈଠକରେ ଉତ୍ତର ମାଗିବାରୁ ମିଳିଲା ଅପମାନ'

author img

By

Published : Feb 10, 2020, 1:48 PM IST

ଭୁବନେଶ୍ବର: ଗୃହ କମିଟି ବୈଠକର ଅଧାରୁ ଉଠିଲେ ବିଜେପି ବିଧାୟକ ମୋହନ ମାଝୀ। ଅଫିସରଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିଲ୍ଲୀ ବୈଠକରେ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି।

'ଗୃହ କମିଟି ବୈଠକରେ ଉତ୍ତର ମାଗିବାରୁ ମିଳିଲା ଅପମାନ'

ରେଳ ସମ୍ପର୍କରେ ଅଫିସରଙ୍କୁ ପ୍ରଶ୍ନ ପଚାରିବାରୁ ଅଫିସର କହିଲେ ଆମେ ବାଚସ୍ପତିଙ୍କୁ ଉତ୍ତର ଦେବୁ। ତାହା ତାଙ୍କ ପ୍ରତି ଅପମାନ ବୋଲି ସେ ଅଭିଯୋଗ ଆଣିଛନ୍ତି। 'ରେଳ ଅନୁଦାନ ସାମାନ୍ୟ କମିଛି। ବାଣିଜ୍ୟ ଓ ପରିବହନ ଅଧିକାରୀଙ୍କୁ ଜମି ଅଧିଗ୍ରହଣ କାହିଁକି ବିଳମ୍ବ ହେଉଛି ବୋଲି ଜବାବ ମାଗିଥିଲେ। ତେବେ ଏହି ସଂକ୍ରାନ୍ତରେ ପରିବହନ ଅଧିକାରୀ କହିଥିଲେ କେଵଳ ଆମେ ବାଚସ୍ପତିଙ୍କ ଉତ୍ତର ଦେବୁ, ଆପଣଙ୍କୁ ଆମେ ଉତ୍ତର ଦେଇ ପାରିବୁ ନାହିଁ'।

ଯେଉଁଥି ପାଇଁ ଉତ୍ତର ନପାଇବାରୁ ବୈଠକ ଅଧାରୁ ରାଗି ଉଠିଗଲେ ମୋହନ ମାଝୀ। କମିଟି ସହିତ ଦିଲ୍ଲୀ ଯିବେ ନାହିଁ ବୋଲି କହିବା ସହ ଉପା ସରକାରଙ୍କ ତୁଳନାରେ କେନ୍ଦ୍ରରେ ଥିବା ମୋଦି ସରକାର ବିଗତ ବର୍ଷ ମାନଙ୍କରେ ଓଡିଶାକୁ ରେଳ ବଜେଟରେ ଅଧିକ ଅର୍ଥ ଦେଇଛନ୍ତି ବୋଲି କହିଛନ୍ତି ମୋହନ ମାଝୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.