ETV Bharat / city

ବାଇ ଲ' ପ୍ରତ୍ୟାହାର ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲା ବିଜେପି - କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ସେବାୟତ

ବାଇ ଲ' ପ୍ରତ୍ୟାହାର ହେବା ପରେ ବିଜେପି ପ୍ରମୁଖ କର୍ମକର୍ତ୍ତା ଓ ସେବାୟତମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

BJP meets tourist minister Prahald Patel after withdrawing of By-law
ବାଇ ଲ' ପ୍ରତ୍ୟାହାର ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲା ବିଜେପି
author img

By

Published : Feb 9, 2021, 4:46 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣ ପ୍ରସ୍ତାବିତ ଅଧିନିୟମ ବାଇ ଲ’ କୁ ପ୍ରତ୍ୟାହାର ପରେ ମନ୍ଦିରର ସେବାୟତ ଓ ବିଜେପି ଦଳର ପ୍ରମୁଖ ନେତାମାନେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟିଛନ୍ତି । ତେବେ ଖୁବଶୀଘ୍ର NMAର ପ୍ରସ୍ତାବିତ ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କରିବାରୁ ସେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଏହି ଗସ୍ତରେ ବିଜେପି କର୍ମକର୍ତ୍ତା ଓ ସେବାୟତମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିବା ଜଣାପଡିଛି । ସେପଟେ ବାଇ ଲ' ପ୍ରତ୍ୟାହାରର ଶ୍ରେୟ ନେବା ପାଇଁ ଉଭୟ ବିଜେପି ଓ ବିଜେଡି ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।

ଏହି ବାଇ ଲ' ନିୟମ ଅନୁସାରେ ଶ୍ରୀମନ୍ଦିରକୁ ଲାଗି କରି 100 ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ 200 ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା । ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଥିଲା । ଏଭଳି ଚିଠା ପ୍ରସ୍ତୁତ କରିବା ପୂର୍ବରୁ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରିବା ଦରକାର ଥିଲା ବୋଲି ସେମାନେ କହିଥିଲେ ।

ଏହି ନୂଆ ନିୟମ ଫଳରେ ସେବାୟତମାନେ କ୍ଷତି ସହିବା ସହିତ କୌଣସି ଘର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନେବାକୁ ଆବଶ୍ୟକ ଥିଲା । ଶ୍ରୀମନ୍ଦିରରେ କାର୍ଯ୍ୟ ପାଇଁ ଏଏସଆଇ ଅନୁମତି ପାଇଁ ମାସ ମାସ ସମୟ ଲାଗୁ ଥିବା ବେଳେ ସେବାୟତଟିଏ ନିଜ ଘର ମରାମତି ପାଇଁ କଣ ମାସ ମାସ ଧରି ଅପେକ୍ଷା କରିବ ବୋଲି ସେବାୟତ ପ୍ରଶ୍ନ କରିଥିଲେ । ତେବେ ଗତ ସୋମବାର ରାଜ୍ୟର ବିଜେପି ଓ ବିଜେଡିର ସାଂସଦମାନେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଥିଲେ । ଏହାପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବାଇ ଲ'କୁ ପ୍ରତ୍ୟାହୃତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.