ETV Bharat / city

ବାତ୍ୟା ‘ଫନି’କୁ 5 ମାସ, SRC ନିକଟରେ ଫେରାଦ ହେଲା ବିଜେପି - BJP MEET SRC

ବାତ୍ୟା ‘ଫନି’ରେ ମିଳିଥିବା ସହାୟତା ରାଶିକୁ ସରକାର କ୍ଷତିଗ୍ରସ୍ତଙ୍କ ବଦଳରେ ଥିଲାବାଲାଙ୍କୁ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଦଳ ଏସଆରସିଙ୍କ ନିକଟରେ ଫେରାଦ ହୋଇଛି ।

ବାତ୍ୟା ‘ଫନି’କୁ 5 ମାସ, SRC ନିକଟରେ ଫେରାଦ ହେଲା ବିଜେପି
author img

By

Published : Nov 2, 2019, 8:58 PM IST

ଭୁବନେଶ୍ବର: ‘ଫନି’କୁ ବିତିଲା ପାଞ୍ଚ ମାସ । ହେଲେ ଏବେ ବି ସୁଧୁରିନି ଲୋକଙ୍କ ସ୍ଥିତି । ଆଜିବି ଅନେକ ଲୋକ ଅନ୍ଧାରରେ ରହୁଛନ୍ତି । ନା ମିଳିଛି ସରକାରୀ ସହାୟତା, ନା କିଏ ବୁଝୁଛି କଷ୍ଟ । ଏପଟେ କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର କେଉଁ ବାଟରେ ଖର୍ଚ୍ଚ କଲେ ସେନେଇ ବିଜେପି ଏସଆରସିଙ୍କ ନିକଟରେ ଅଭିଯୋଗ କରିଛି ।

ବାତ୍ୟା ‘ଫନି’କୁ 5 ମାସ, SRC ନିକଟରେ ଫେରାଦ ହେଲା ବିଜେପି

‘ଫନି’ ବାତ୍ୟାକୁ ଏମଧ୍ୟରେ ପାଞ୍ଚ ମାସ ପୁରୁଛି । ହେଲେ ଫନି ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତୁରନ୍ତ 341 କୋଟି ଟଙ୍କା ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ହଜାର କୋଟି ଟଙ୍କା ସହାୟତା ଦେଲେ । ତେବେ ସରକାରଙ୍କ ରିପୋର୍ଟ ଆଧାରରେ 3800 କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଛନ୍ତି ।

କ୍ଷତିଗ୍ରସ୍ତଙ୍କ ବଦଳରେ ସରକାର ଥିଲାବାଲାଙ୍କୁ ଟଙ୍କା ବାଣ୍ଟି ଦେଇଥିବା ଅଭିଯୋଗ ଆଣିଛି ବିଜେପି । ଖାଲି ସେତିକି ନୁହେଁ ଫନି ସହାୟତା ରାଶିକୁ ଦଳୀୟ କର୍ମୀଙ୍କୁ ବାଣ୍ଟି ଦିଆଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଏହାର ତଦନ୍ତ ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ଦାବି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଫାନି କୁ ବିତିଲା ପାଞ୍ଚ ମାସ, ହେଲେ ଏଯାଏଁ ମିଲିପରିଲାନି ଲୋକଙ୍କୁ ସହାୟତା।

ଫଣି କୁ ବିତିଲା ପାଞ୍ଚ ମାସ। ଯାହା ଏବେବି ଜଣ ସାଧାରଣ ଅନ୍ଧାରରେ ରହୁଛନ୍ତି। ନା ମିଳିଛି ସରକାରୀ ସହାୟତା ନା କିଏ ଭୁଝୁଛି ଦୁଃଖ କଷ୍ଟ। ଏପଟେ କେନ୍ଦ୍ର ସରକାର ରାଜ୍ୟ କୁ କୋଟି କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର କେଉଁ ବାଟରେ ଖର୍ଚ୍ଚ କଲେ ସେନେଇ ବିଜେପି ଏସ ଆର୍ ସି ଙ୍କ ନିକଟରେ ଅଭିଯୋଗ କରିଛି।
Body:
ଫାନି ବାତ୍ୟାକୁ ପାଞ୍ଚ ମାସ ପୁରିଛି। ହେଲେ ଫାନୀ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତୁରନ୍ତ 341 କୋଟି ଟଙ୍କା ଦେଇଥିଲେ। ଫଳରେ ଫଣୀ ର ଦୁଇ ଦିନ ପରେ ହଜାର କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ସରକାରଙ୍କ ରିପୋର୍ଟ ଆଧାରରେ 38 ସହ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଛନ୍ତି। 5 ମାସ ବିତିଯାଇଥିଲେ ବି ଅବହେଳାରେ ରହୁଛନ୍ତି ଲୋକମାନେ । ଶୀତ କାକର ଖରା ବର୍ଷରେ ପଡି ରହୁଛନ୍ତି। ସେମାନଙ୍କର ସହ ଭରସା କିଛି ବି ନାହିଁ। କେତେ ଟଙ୍କା କିଭଳି ଖର୍ଚ୍ଚ ହୋଇଛି। ଏତେ ଟଙ୍କା ଦଳି ଅ କର୍ମୀଙ୍କୁ ବାଣ୍ଟି ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏସ ଆର୍ ସି ଜିଲ୍ଲାର ବିଭିନ୍ନ କଲେକ୍ଟର ଙ୍କୁ ନିର୍ଦ୍ଦେଶ କରନ୍ତୁ। ଯାହା ରିପୋର୍ଟ ଦେବା ପାଇଁ ବିଜେପି ଏସ ଆର୍ ସି ନିକଟରେ ଅଭିଯୋଗ କରିଛି। ଏଥିପାଇଁ ଜନ୍ ସାଧାରଣ ଅସନ୍ତୋଷ ଦେଖାଦେଇଛି। ଯାହା କିଛି ଘଟଣା ଘଟିବା ପୂର୍ବରୁ ସରକାର ସଚେତନ ହେବା ଉଚିତ।

Byte _ସମୀର ମହାନ୍ତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.