ETV Bharat / city

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇଛି । ମହିଳାଙ୍କ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : Mar 3, 2021, 7:40 AM IST

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା
ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ମହିଳାଙ୍କ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା । ଏନେଇ ବସିଥିବା ମହିଳା ବିଜେପିର ପ୍ରଥମ ପଦାଧିକାରୀ ବୈଠକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ ।

ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ତ୍ରିସ୍ତରୀୟ ଭାବେ ସଙ୍ଗଠନକୁ ଆଗକୁ ନେବା ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ଵାନ ଜଣାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇଛି । ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ମହିଳା ମୋର୍ଚ୍ଚା ତୃଣମୂଳସ୍ତରରୁ ଲଢେଇ ଆରମ୍ଭ କରିବା ପାଇଁ ସମୀର ପରାମର୍ଶ ଦେଇଛନ୍ତି । ମୋଦି ସରକାର ଦେଶର ଶିଶୁ ଓ ମହିଳାମାନଙ୍କ ପ୍ରତି ସମର୍ପିତ ।

ମହିଳାଙ୍କ ସ୍ବାସ୍ଥ୍ୟ ଓ ପୋଷଣଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ମୋଦି ସରକାର ବ୍ୟାପକ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ନିଜ ନାଁରେ ବ୍ରାଣ୍ଡି କରି ଶ୍ରେୟ ନେବାର ଅପଚେଷ୍ଟା କରୁଛନ୍ତି । ଅନେକ ଯୋଜନା ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନାହିଁ ।

ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଆକ୍ରମଣରେ ଓଡିଶା ଦେଶର ଏକ ନମ୍ବର ସ୍ଥାନରେ ରହିଛି । ରାଜ୍ୟ ସରକାର ମା'ଙ୍କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ ନାରୀ ଜାତି ସଂପୂର୍ଣ୍ଣଭାବେ ଅସୁରକ୍ଷିତ ହୋଇପଡିଛି । ଆଗାମୀ ଦିନରେ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଏହି ପଦାଧିକାରୀ ବୈଠକରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିରୋଳ ନଳିନୀ ମହାଲ୍ଲିକ, କସ୍ତୁରୀ ମିଶ୍ର, ନିୟତି ଗିରି ଓ ଅନୁଚୌଧୁରୀ, ସାଧାରଣ ସଂପାଦିକା ବବିତା ପାତ୍ର, ସଂପାଦିକା ରଶ୍ମିରେଖା ଦାସ, କୌଶଲ୍ୟା ନାୟକ, ଇତିଶ୍ରୀ ଜେନା ଏବଂ ସୁବାସିନୀ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.