ETV Bharat / city

ମୁଖଲଜ୍ଜା ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ: ବିଜେଡି

author img

By

Published : Apr 8, 2021, 6:09 AM IST

ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ ଲକ୍ଷ ଟଙ୍କା ସହିତ ପୋଲିସ ହାତରେ ଧରାପଡିଥିଲେ । ଏବେ ମୁଖଲଜ୍ଜା ଘୋଡାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ...

ମୁଖଲଜ୍ୟ ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ
ମୁଖଲଜ୍ୟ ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ

ଭୁବନେଶ୍ବର: ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ ଲକ୍ଷ ଟଙ୍କା ସହିତ ପୋଲିସ ହାତରେ ଧରାପଡିଥିଲେ । ଏବେ ମୁଖଲଜ୍ଜା ଘୋଡାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି । ବିଜେପିର ଏଭଳି ମିଥ୍ୟା ଅଭିଯୋଗକୁ ସାଧାରଣ ଲୋକେ ବିଶ୍ଵାସ କରୁନାହାଁନ୍ତି । ଏହାର ଠିକଣା ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ପୋଲିସ ହାତରେ ଟଙ୍କା ସହିତ ବିଜେପି କର୍ମୀ ଧରାପଡିବାପରେ ସାଧାରଣ ଲୋକଙ୍କ ନଜର ହଟାଇବାକୁ ଏବେ ବିଜେପି ଆପ୍ରାଣ ଉଦ୍ୟମ ଚଳାଇଛି । ଏହାର ଫଳ ସ୍ବରୂପ ବିଜେପି ନେତାମାନେ ଆଜି ବିଜେଡି ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି । ବିନା ପ୍ରମାଣରେ ବିଜେଡି ବିରୁଦ୍ଧରେ ଅଭିଯୋଗ ଲଗାଇବା ରାଜ୍ୟ ବିଜେପିର ଅଭ୍ୟାସ ।

ସାଧାରଣ ଲୋକେ ଆଉ ଏହାକୁ ବିଶ୍ଵାସ କରୁନାହାଁନ୍ତି । ନିଜର ଅପକର୍ମ ଉପରୁ ନଜର ହଟାଇବା ପାଇଁ ବିଜେପି ଯେଉଁ ମିଥ୍ୟା ଅଭିଯୋଗ ଆଣିଛି । ଏହାର ଜବାବ ଆଗାମୀ ୧୭ତାରିଖ ଦିନ ପିପିଲିବାସୀ ଦେବେ । ଏଭଳି ମିଥ୍ୟ ଆରୋପ ଯୋଗୁଁ ବିଜେପିକୁ ଓଡିଶାବାସୀ ବାରମ୍ବାର ପରାଜୟର ଦ୍ବାର ଦେଖାଉଛନ୍ତି । ନିଜ ଭୁଲ୍ ଉପରେ ପରଦା ଢାଙ୍କିବା ପାଇଁ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହାର ଜବାବ ପୁଣିଥରେ ପିପିଲିରେ ପାଇବ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.