ଭୁବନେଶ୍ବର: ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ (Anandpur mla bhagirathi sethi) ନାଁରେ ସାଙ୍ଘାତିକ ଅଭିଯୋଗ। ଆନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ଯୋଗଦେଇଥିବା 3ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଅସଦାଚରଣ କରିଥିବା ଅଭିଯୋଗ (bjp levels allegation against Anandpur mla for misbehave) ହୋଇଛି।
ଅଭିଯୋଗ ଅନୁଯାୟୀ, ସଭାରେ ଆଲୋଚନା ବେଳେ ନିର୍ଦ୍ଧାରିତ ବିଷୟକୁ ଛାଡି ଅନ୍ୟ କଥା ଆଲୋଚନା କରୁଥିବା ବେଳେ ବିଧାୟକଙ୍କୁ ବିରୋଧ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର । ବିରୋଧ ପରେ ଅସୀମା ମିଶ୍ରଙ୍କୁ କଟୁ ଭାଷା କହିବା ସହିତ "ତୁ କିଏ" ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଶେଷରେ ଅପମାନିତ ହୋଇ ସଭାରୁ ଫେରି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅସୀମା ରାଜ୍ୟ ମାନବାଧିକାର କମିଶନ (state human rights commission) ଏବଂ ମହିଳା କମିଶନଙ୍କ ଦ୍ବାରସ୍ଥ ହେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଶୁଭଶ୍ରୀ ମୃତ୍ୟୁ ମାମଲାର ସିନ୍ ରିକ୍ରିଏସନ, ବଏଫ୍ରେଣ୍ଡକୁ ଧରି ବୁଲୁଛି ଖାରବେଳନଗର ପୋଲିସ
ଏନେଇ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର କହିଛନ୍ତି, "ବିଧାୟକ ଜାତିଆଣ କଥାକୁ ନେଇ ମିଛ ମାମଲା କରିଥିଲେ। ଯଦି ଶାସକ ଦଳର ବିଧାୟକ ମିଛ କଥାକୁ ନେଇ ମାମଲା ରୁଜୁ କରିପାରୁଛନ୍ତି, ତେବେ ମୋ ଜୀବନ ଏବଂ ପରିବାରଙ୍କ ପ୍ରତି ବିପଦ ରହିଛି । ତେଣୁ ରାଜ୍ୟ ମହିଳା ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି।"
ଏପଟେ ସ୍ମୃତି ପଟ୍ଟନାୟକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି ଯେ, "5ଟି ସରକାର କହୁଛନ୍ତି 24 ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସ୍ଥା କରାଯିବ, ଥାନାରେ ସମସ୍ତ ମାମଲା ରୁଜୁ ହେବ । ବିଜେଡି ସରକାର ମାଆକୁ ସମ୍ମାନ ଦେବାର ସ୍ଲୋଗାନ ଦେଉଛି । କିନ୍ତୁ ଏହାର ନଗ୍ନ ଚିତ୍ର ଏବେ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଛି ।" ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ନହେଲେ କେନ୍ଦୁଝରରେ ଆନ୍ଦୋଳନ କରିବାକୁ ବିଜେପି ମୋର୍ଚ୍ଚା ଚେତାବନୀ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର