ETV Bharat / city

ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି, ରାଜଧାନୀରେ ଡେରା ପକାଇଛନ୍ତି 20 ବିଧାୟକ

ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି । ପ୍ରଥମେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କିଛି ସାଧାରଣ ସମ୍ପାଦକ କିନ୍ତୁ ଏବେ ବିଧାୟକ ମାନେ ଡେରା ପକାଇଛନ୍ତି ଦିଲ୍ଲୀରେ । ରାଜ୍ୟ ବିଜେପିରେ ସବୁ କିଛି ଠିକ ନଥିବା ସଙ୍କେତ ମିଳୁଛି । ଅଧିକ ପଢନ୍ତୁ

ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି
ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି
author img

By

Published : Apr 3, 2022, 6:21 PM IST

ଭୁବନେଶ୍ବର : ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି । ପ୍ରଥମେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କିଛି ସାଧାରଣ ସମ୍ପାଦକ କିନ୍ତୁ ଏବେ ବିଧାୟକମାନେ ଡେରା ପକାଇଛନ୍ତି ଦିଲ୍ଲୀରେ । ରାଜ୍ୟ ବିଜେପିରେ ସବୁ କିଛି ଠିକ ନଥିବା ସଙ୍କେତ ମିଳୁଛି ।

ପ୍ରଥମେ ପଦାଧିକାରୀ ଆଉ ଏବେ ବିଧାୟକ ଦଳଙ୍କ ଅଲଗା ଅଲଗା ଦିଲ୍ଲୀ ଗସ୍ତ ଦଳ ଭିତରେ ଚର୍ଚ୍ଚା ବଢାଇଛି । ପଞ୍ଚାୟତ ଓ ପୌରରେ ବିପର୍ଯ୍ୟୟକୁ ନେଇ ଦଳୀୟ ନେତା ରଖିଥିବା ବକ୍ତବ୍ୟ ବିରୋଧରେ ଅସନ୍ତୋଷ ବଢୁଛି କି? ଯାହାକୁ କେନ୍ଦ୍ର କରି ଏହି ନେତାମାନେ ଦିଲ୍ଲୀ ଯାଇ ଫେରାଦ ହୋଇଛନ୍ତି ।

ଦିଲ୍ଲୀ ମୁହାଁ ଏବେ ରାଜ୍ୟ ବିଜେପି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତରପ୍ରଦେଶ ନିର୍ବାଚନ ସରିଲାଣି ସଂସଦ ସରିଲାଣି ତଥାପି ଧର୍ମେନ୍ଦ୍ର ଓଡ଼ିଶା ଫେରୁନାହାନ୍ତି । ଯାହା ଦଳୀୟ ରାଜନୀତିକୁ ରୋଚକ ସ୍ଥିତିରେ ରଖିଛି । ରାଜ୍ୟ ବିଜେପିରେ ଚାଲିଛି କଣ ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପ୍ରଥମେ ପଦାଧିକାରୀ ଆଉ ଏବେ ବିଧାୟକ ଦଳ । ଏକାଠି ଗଲେନି ଅଲଗା ଅଲଗା ଦିଲ୍ଲୀ ଗସ୍ତ କରି ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଭେଟିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢାଇଛି । ତେବେ ରାଜ୍ୟ ରାଜନୀତିରୁ ନିଜକୁ ଟିକେ ଦୂରେଇ ରଖିଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା କାହିଁକି ଆସୁନାହାନ୍ତି। ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଫଳତା ପରେ ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ ।

କିଛି ଦିନ ଆଗରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପଦାଧିକାରୀଙ୍କ ଚାରି ଦିନିଆ ଦିଲ୍ଲୀ ଗସ୍ତ ପରେ ବିଜେପିର ୨୦ ବିଧାୟକ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ପଦାଧିକାରୀ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିସାରିଥିବା ବେଳେ ବିଧାୟକ ଦଳ ମଧ୍ୟ ଏହି କେନ୍ଦ୍ରୀୟ ନେତାଙ୍କୁ ଭେଟିଛନ୍ତି । ତେବେ ଦଳୀୟ ସଂଗଠନକୁ ସୁଦୃଢ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଡାକରାରେ ଦିଲ୍ଲୀ ଯାଇ ଆଲୋଚନା କରିଥିବା କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପି ନେତାଙ୍କ ଏହି ଦିଲ୍ଲୀ ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ ପ୍ରଦୀପ ପୁରୋହିତ କହିଛନ୍ତି ପଞ୍ଚାୟତ ଓ ପୌର ନିର୍ବାଚନରେ ଆମେ ସଫଳତା ପାଇ ନାହୁଁ। ଆମ ପାଇଁ ଏହା ଚିନ୍ତାର ବିଷୟ। ରାଜ୍ୟ ନେତୃତ୍ଵ ଦିଲ୍ଲୀ ଯାଇଥିଲେ କାହା ବିରୁଦ୍ଧରେ ଅଭିଯୋଗ ପାଇଁ ନୁହେଁ । ଦିଲ୍ଲୀ ଯିବାର କାରଣ 2024 ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି । 120 ମିଶନ ଲକ୍ଷ୍ୟକୁ ସଫଳ କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.