ETV Bharat / city

ମମତାଙ୍କ ମସ୍ତିଷ୍କ ଠିକ ହୋଇଯିବ ସେ ଦ୍ରୌପଦୀଙ୍କୁ ସମର୍ଥନ କରିବେ: ଦିଲ୍ଲୀପ ଘୋଷ - ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷଙ୍କ ପ୍ରତିକ୍ରିୟା

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଫୋନ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନକୁ ନେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ମମତାଙ୍କ ମସ୍ତିଷ୍କ ଠିକ ହୋଇଯିବ ଓ ସେ ସମର୍ଥନ କରି ଦେଶର ସମ୍ମାନ ସହ ଯୋଡ଼ି ହେବେ । କିନ୍ତୁ, ତାଙ୍କ ଇତିହାସ ସେତେ ଭଲ ନୁହେଁ । ପଶ୍ଚିମବଙ୍ଗରୁ ପ୍ରଥମ ଥର ଲାଗି ରାଷ୍ଟ୍ରପତି ହୋଇଥିବା ପ୍ରଣବ ମୁଖାର୍ଜୀଙ୍କୁ ବି ମମତା ବିରୋଧ କରିଥିଲେ । ଅଧିକ ପଢନ୍ତୁ

ମମତାଙ୍କ ମସ୍ତିଷ୍କ ଠିକ ହୋଇଯିବ ଓ ଦ୍ରୌପଦୀଙ୍କୁ ସମର୍ଥନ କରିବେ: ଦିଲ୍ଲୀପ ଘୋଷ

author img

By

Published : Jun 26, 2022, 6:01 PM IST

ଭୁବନେଶ୍ବର: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଫୋନ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ଲୋଡ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷ । ସେ ଓଡିଶା ଗସ୍ତରେ ମନ କି ବାତ କାର୍ଯ୍ୟକ୍ରମ ପାଇଁ ଆସିଥିବା ବେଳେ ଓଡିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ‘‘ରାଜ୍ୟର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଓଡିଶା ପାଇଁ ସମ୍ମାନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥନ କରିବାକୁ ସହମତି ଦେଇଛନ୍ତି । ରାଷ୍ଟ୍ରପତି ପଦ ଲାଗି ଯିଏ ଲଢ଼ିଥାନ୍ତି ସେ ସବୁ ରାଜନୈତିକ ଦଳ ଓ ପ୍ରଦେଶର ନେତାଙ୍କୁ ସମର୍ଥନ ଦେବାକୁ ଆବେଦନ କରିଥାନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଲାଗି ଦ୍ରୌପଦୀ ମୁର୍ମୁ ସବୁ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ସେ ଅଧିକ ଭୋଟରେ ଜିତିବେ ବୋଲି ଆଶା ।’’

ମମତାଙ୍କ ମସ୍ତିଷ୍କ ଠିକ ହୋଇଯିବ ଓ ଦ୍ରୌପଦୀଙ୍କୁ ସମର୍ଥନ କରିବେ: ଦିଲ୍ଲୀପ ଘୋଷ

ତେବେ ମମତା ବାନାର୍ଜୀ ସମର୍ଥନକୁ ନେଇ ସେ କହିଛନ୍ତି, ‘‘ତାଙ୍କର କାହାକୁ ସମର୍ଥନ ରହିବ ତାହା ଜଣାନାହିଁ । ମୋତେ ଲାଗୁଛି, ମମତାଙ୍କ ମସ୍ତିଷ୍କ ଠିକ ହୋଇଯିବ ଓ ସେ ସମର୍ଥନ କରି ଦେଶର ସମ୍ମାନ ସହ ଯୋଡ଼ି ହେବେ । କିନ୍ତୁ, ତାଙ୍କ ଇତିହାସ ସେତେ ଭଲ ନୁହେଁ । ପଶ୍ଚିମବଙ୍ଗରୁ ପ୍ରଥମ ଥର ଲାଗି ରାଷ୍ଟ୍ରପତି ହୋଇଥିବା ପ୍ରଣବ ମୁଖାର୍ଜୀଙ୍କୁ ବି ମମତା ବିରୋଧ କରିଥିଲେ । ତେଣୁ, ଏବେ ସେ କ’ଣ କରୁଛନ୍ତି, ତାହା କହିବା ମୁସ୍କିଲ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.