ETV Bharat / city

ବିଜେପୁର ଲଢେଇ ପୂର୍ବରୁ ବିଜେପି ଛାଡିଲେ ଅଶୋକ ପାଣିଗ୍ରାହୀ - ବିଜେପି ନେତା ଅଶୋକ ପାଣିଗ୍ରାହୀ

ଆସିଥିଲେ ଉପ-ନିର୍ବାଚନ ପୂର୍ବରୁ ଗଲେ ମଧ୍ୟ ଉପ-ନିର୍ବାଚନ ପୂର୍ବରୁ । ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଲେ ଅଶୋକ ପାଣିଗ୍ରାହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 12, 2019, 4:29 PM IST

Updated : Oct 12, 2019, 9:26 PM IST

ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା ଶେଷରେ ତାହା ହୋଇଛି । ବିଜେପୁର ଉପ-ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ବିଜେପିକୁ ଜବରଦସ୍ତ ଝଟକା ଦେଇଛନ୍ତି ଅଶୋକ ପାଣିଗ୍ରାହୀ । ଆଜି ଦଳୀୟ ଅବହେଳା ଅଭିଯୋଗ ଆଣି ବିଜେପିରୁ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ । ଗତ କିଛିଦିନ ହେବ ଅଶୋକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଦିନ ଠାରୁ ରାଜ୍ୟରେ ଚର୍ଚ୍ଚା ଚାଲିଥିଲା ଦଳ ଛାଡିବେ ଅଶୋକ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶେଷରେ ଆଜି ନିଜ ସମର୍ଥକଙ୍କ ସହ ଆଲୋଚନା କରି ଦଳୀୟ ଅବହେଳାର ଅଭିଯୋଗ ଦର୍ଶାଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଶୋକ ନିଜ ଇସ୍ତଫାରେ ଦର୍ଶାଇଛନ୍ତି ଦଳ ତାଙ୍କୁ କୌଣସି ସାଂଗଠନିକ ଦାୟିତ୍ବ ଦେଲା ନାହିଁ । ପ୍ରାର୍ଥୀ ସଂପର୍କରେ ଆଲୋଚନା କଲେ ନାହିଁ । ଏପରିକି ଦଳ ଉପ-ନିର୍ବାଚନ ପାଇଁ ଜାରି କରିଥିବା ଷ୍ଟାର ପ୍ରଚାରକ ତାଳିକାରେ ମଧ୍ୟ ସାମିଲ କଲା ନାହିଁ । ‘ମୋତେ କୌଣସି ପ୍ରକାରରେ ବିଶ୍ବାସକୁ ନେଲେ ନାହିଁ । ଏଥିଯୋଗୁଁ ମୋ ସମର୍ଥକଙ୍କ ସହ ଆଲୋଚନା କରି ଦଳରୁ ଇସ୍ତଫା ଦେଇଛି । ତେବେ ବିଜେଡିକୁ ଯିବାର କୌଣସି ପ୍ରଶ୍ନ ଉଠୁନାହିଁ ।’ ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଶୋକ ଖୁବଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟଯେ ବିଜେଡି ଟିକେଟରୁ ବିଧାନସଭାକୁ ଆସିଥିବା ଅଶୋକ ପରବର୍ତ୍ତୀ ସମୟରେ ଗତ 2018 ଉପ-ନିର୍ବାଚନରେ ବିଜେଡି ଛାଡି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ । ସଂଯୋଗର କଥା ହେଉଛି 2018 ଉପ-ନିର୍ବାଚନ ପୂର୍ବରୁ ଅଶୋକ ବିଜେପିରେ ସାମିଲ ହୋଇଥିଲେ, ଆଉ ଏବେ 2019 ଉପ-ନିର୍ବାଚନ ପୂର୍ବରୁ ସେହି ବିଜେପିକୁ ବାଏବାଏ କରିଛନ୍ତି ।

ଭୁବନେଶ୍ବରରୁ, ଜ୍ଞାନଦର୍ଶୀ ସାହୁଙ୍କ ସହ ବିକାଶ ଦାସ, ଇଟିଭି ଭାରତ

Intro:ବିଜେପୁର ବିଜେପିରେ ବିଦ୍ରୋହ। ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ସେ ଆଜି ବିଧିବଦ୍ଧ ଭାବରେ ଇସ୍ତଫା ଦେଇଛନ୍ତି।
ପୁଣି ବିଷ ଉଗାଳିଛନ୍ତି ଅଶୋକ ପାଣିଗ୍ରାହୀ।।   ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଦଳ ମୋତେ ଅଣଦେଖା କରୁଛି। ଇସ୍ତଫା ଦେବା ପାଇଁ ସମର୍ଥକ ମୋତେ ଚାପ ପକାଇଥିଲେ। କେଉଁଠି ଯୋଗ ଦେବୀ ଆଲୋଚନା କରି ନିଷ୍ପତ୍ତି ନେବି। ସେ ବିଜେପୁର ପାଇଁ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ସନତ ଗଡ଼ତିଆଙ୍କୁ ବିଶ୍ୱାସକୁ ନେଇ ୟିକେଟ ଦେଇୟାହିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏକ ପାଖିଆ ହୋଇ ରହୁଥିଲେ। କୌଣସି କାର୍ଯ୍ୟକ୍ରମ ରେ ଯୋଗ ଦେଉନଥିଲେ। ଖୁବଶୀଘ୍ର ସେ ବିଜେଡିର ଯୋଗ ଫେବର ସମ୍ଭାବନା ରହିଛି। ପୂର୍ବରୁ ସେ ବିକେଡିରେ ଥିବାରୁ ନିଜ ଘରକୁ ଫେରିବା ନେଇ ଚର୍ଚ୍ଚା ହେଉଛି।Body:KConclusion:
Last Updated : Oct 12, 2019, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.