ETV Bharat / city

Koraput Gangrape: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା - ବିଜେପି ନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳଙ୍କ ପ୍ରେସମିଟ

କୋରାପୁଟ ଜୟପୁରରେ ଗନ ପଏଣ୍ଟରେ ଗଣ ଦୁଷ୍କର୍ମଘଟଣା (Koraput gang rape case) କୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ । ଅଧିକ ପଢନ୍ତୁ

v
Koraput gangrape
author img

By

Published : Jan 3, 2022, 10:02 PM IST

ଭୁବନେଶ୍ବର: କୋରାପୁଟ ଜୟପୁରରେ ଗନ ପଏଣ୍ଟରେ ଗଣଦୁଷ୍କର୍ମ ଘଟଣା (Koraput gangrape case) କୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ ।

Koraput gangrape: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା

ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିଛି ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚାର ଜାତୀୟ ସଂପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି ଗତ 31 ଡିସେମ୍ବରରେ ଜୟପୁର ଯାଇ ପୀଡିତାଙ୍କୁ ଭେଟିଥିଲା 4 ଜଣିଆ ବିଜେପି ପ୍ରତିନିଧି ଦଳ। 24 ଡିସେମ୍ବରରେ ପୀଡିତାଙ୍କ ସ୍ଵାମୀଙ୍କୁ ଗନ ପଏଣ୍ଟରେ ରଖି ଜଣେ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଥିଲେ।

ଏହି ଘଟଣାରେ ଅଭିଯୁକ୍ତ ଲାଲ ବାହାଦୁର ଆଉ ମୀନ ବାରିକ ବିଜେଡି ସହ ଜଡିତ । ତାଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ସରକାର ସୁରକ୍ଷା ଦେଉଛନ୍ତି ପୋଲିସ ମାଧ୍ୟମରେ। ବିଜେଡି ଏହି ଘଟଣାକୁ ଚାପିବାକୁ ଉଦ୍ୟମ କରୁଛି। ପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ କରୁଛନ୍ତି। ଏହାରି ବିରୋଧରେ ଗତ 30 ରେ କୋରାପୁଟ ବନ୍ଦ ଥିଲା ।

ଜୟପୁରର ଆଇନଶୃଙ୍ଖଳା ବିଗିଡିଛି । ପୁରା ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି । ତେଣୁ ଶୀଘ୍ର ଅଭିଯୁକ୍ତକୁ ଗିରଫ କରି ପୀଡିତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.