ଭୁବନେଶ୍ବର: କୋଭିଡ ଟୀକାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଟ୍ୱିଟ ୱାର । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ କୋଭିଡ଼ ଟୀକା ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଟ୍ୱିଟ କରିବା ପରେ ଏହାର ଜବାବ ରଖିଛି ବିଜେପି । ବିରୋଧୀ ଦଳ ଉପମୁଖ୍ୟ ସଚେତକ ବିଷ୍ଣୁ ସେଠି ଟ୍ୱିଟ କରି ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।
କୋଭିଡ ଟିକାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟ୍ୱିଟ ଯୁଦ୍ଧ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କୋରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ବୋଲି କହିିଥିଲେ ରଣେନ୍ଦ୍ର ।
କୋଭିଡ ଟିକାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟ୍ୱିଟ ଯୁଦ୍ଧ ଏହା କେବଳ ଆଉ ଏକ ନିର୍ବାଚନୀ ପ୍ରତିଶୃତି ତଥା ପାତର ଅନ୍ତର ନୁହେଁ କି ବୋଲି ପ୍ରଶ୍ନ କରିଥିଲେ ରଣେନ୍ଦ୍ର । ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି ।
କୋଭିଡ ଟିକାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟ୍ୱିଟ ଯୁଦ୍ଧ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡିଶାବାସୀଙ୍କୁ ଟିକାକରଣ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ରଣେନ୍ଦ୍ର । ଓଡ଼ିଶାରେ କୋରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।ଏହାର କିଛି ସମୟ ପରେ ଟ୍ୱିଟ କରି ଉତ୍ତର ରଖିଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ । ସେ କହିଛନ୍ତି ବିଶ୍ବ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଖୋଲି ଓଡିଶାକୁ ସହଯୋଗ କରୁଛନ୍ତି । କୋଭିଡ ମୁକାବିଲା ପାଇଁ ଓଡିଶାକୁ 22 ହଜାର କୋଟି ଓ ଏହା ଭିତରୁ ବାଲେଶ୍ବର ଜିଲ୍ଲା ପାଇଁ 922 କୋଟିର ବ୍ୟୟବରାଦ କରିଛନ୍ତି । ଏତେ ଟଙ୍କା ଆସିଲା ପରେ ମଧ୍ୟ ପ୍ରତିଦିନ ରାଜ୍ୟରେ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି ।
ସାରା ଦେଶବାସୀଙ୍କ ଟିକାକରଣ ପାଇଁ ମୋଦି ବଡ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ଚାଲୁ ରହିଛି । ମୋଦିଙ୍କ ଯୋଜନାରେ ଓଡିଶାବାସୀଙ୍କୁ ସେମାନଙ୍କର ଟିକାରେ ହକର ଭାଗ ନିଶ୍ଚିତ ଭାବରେ ମିଳିବ ବୋଲି ବିଜେପି ନେତା ପ୍ରତିଶୃତି ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ