ETV Bharat / city

ବାଇ' ଲ ପ୍ରତ୍ୟାହୃତ ପରେ ଶ୍ରେୟ ସାଉଁଟିବାକୁ ବିଜେପି-ବିଜେଡି ଟଣାଓଟରା ! - ବାଇ' ଲ ପ୍ରତ୍ୟାହୃତ

ବାଇ' ଲ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ବାଇ' ଲ ପ୍ରତ୍ୟାହୃତ ହେବା ପରେ ଏହାକୁ ନେଇ ଶ୍ରେୟ ସାଉଁଟିବାର ରାଜନୀତି ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ବାଇ' ଲ ପ୍ରତ୍ୟାହୃତ ପରେ ଶ୍ରେୟ ସାଉଁଟିବାକୁ ବିଜେପି-ବିଜେଡି ଟଣାଓଟରା !

author img

By

Published : Feb 8, 2021, 5:10 PM IST

ଭୁବନେଶ୍ବର: ଓଡ଼ିଶାବାସୀ ତଥା ହିନ୍ଦୁଙ୍କ ଧାର୍ମିକ ବିଶ୍ବାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଉପନିୟମ(ବାଏ-ଲ)କୁ ସ୍ଥଗିତ ରଖିବା ନେଇ ବିଜେପି ଓ ବିଜେଡିର ସାଂସଦମାନେ କିଛି ସମୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ଏ ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗକୁ ଏହାର ସମାଧାନ ପାଇଁ କଣ ରାସ୍ତା ବାହାରିପାରିବ ସେ ନେଇ ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ଏହାପରେ ବାଇ' ଲ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ବାଇ' ଲ ପ୍ରତ୍ୟାହୃତ ହେବା ପରେ ଏହାକୁ ନେଇ ଶ୍ରେୟ ସାଉଁଟିବାର ରାଜନୀତି ଆରମ୍ଭ ହୋଇଯାଇଛି ।

ବାଇ' ଲ ପ୍ରତ୍ୟାହୃତ ପରେ ଶ୍ରେୟ ସାଉଁଟିବାକୁ ବିଜେପି-ବିଜେଡି ଟଣାଓଟରା !
ବାଇ' ଲ ପ୍ରତ୍ୟାହୃତ ପରେ ଶ୍ରେୟ ସାଉଁଟିବାକୁ ବିଜେପି-ବିଜେଡି ଟଣାଓଟରା !

ବାଇ' ଲ ପ୍ରତ୍ୟାହୃତ ନେଇ ବାହାରୁ ନହେଲେ ବି ଭିତରେ ଭିତରେ ଶ୍ରେୟ ନେବାକୁ ଟଣା ଓଟରା ହେଉଛନ୍ତି ଉଭୟ ବିଜେଡି ଓ ବିଜେପି । ସୋମବାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାର ବିଜେପି ଓ ବିଜେଡିର ସାଂସଦମାନେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଥିଲେ । ଏହାପରେ ବାଇ' ଲ ପ୍ରତ୍ୟାହୃତ ନିଷ୍ପତ୍ତି ନେଇ ଟ୍ବିଟ କରି ସୂଚନା ଦେଇଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ । ହେଲେ ପରେ ସାମ୍ନାକୁ ଆସିଥିଲା କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଫଟୋ ।

ଉଭୟ ବିଜେଡି ଓ ବିଜେପି ସାଂସଦଙ୍କ ଦାବି ପରେ ବାଇ' ଲ ପ୍ରତ୍ୟାହାର ହୋଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ପୁରୀ ସମ୍ବନ୍ଧିତ ଯେକୌଣସି ନିଷ୍ପତ୍ତି ଆଗକୁ ଓଡିଆ ଭାଷାରେ ହେବ । ଆପୋଷ ବୁଝାମଣା ମଧ୍ୟରେ ସମସ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ତେବେ ଏହି ପ୍ରସଂଗ ସାଢେ 4 କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ସହ ଜଡିତ ଥିବା ବେଳେ ପର୍ଯ୍ୟଟନମନ୍ତ୍ରୀଙ୍କ ସହ ଉଭୟ ବିଜେଡି ଓ ବିଜେପି ଅଲଗା ହୋଇ ସାକ୍ଷାତ କରିବା ଏବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଛିଡା କରିଛି । କାହା ପାଇଁ ପ୍ରତ୍ୟାହାର ହେଲା ବାଇ' ଲ? ଏଥିରେ ଭୂମିକା ବିଜେଡିର ନା ବିଜେପିର ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହାରି ମଧ୍ୟରେ ବାଇ-ଲ ପ୍ରତ୍ୟାହୃତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ବିଜେପି ସାଂସଦ ପ୍ରସ୍ତାବିତ ବାଇ' ଲକୁ ସ୍ଥଗିତ ରଖିବାକୁ ଆଲୋଚନା ପରେ ଏହାକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ସେଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ନିଜ ଦଳର ସାଂସଦମାନେ ଭେଟି ପ୍ରସ୍ତାବିତ ବାଇ' ଲକୁ ପ୍ରତ୍ୟାହୃତ କରିବାକୁ ଦାବି ଜଣାଇଥିବା ଫଟୋ ପୋଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.