ETV Bharat / city

ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ

ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ । ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ପଞ୍ଚାୟତିରାଜ କମିଟିର ବୈଠକ । ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ
ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ
author img

By

Published : Aug 7, 2021, 4:52 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ । ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ପଞ୍ଚାୟତିରାଜ କମିଟିର ବୈଠକ । ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଛି ଏହି ଦୁଇ ଦିନିଆ ବୈଠକ । ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଦସ୍ୟ ଓ ଅଧୀକ୍ଷକଙ୍କୁ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମନ୍ତ୍ର ଦେଲା ବିଜେପି ।

ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ସଜବାଜ

କେନ୍ଦ୍ର ସରକାର ଶାସନର ବିକେନ୍ଦ୍ରୀକରଣ କରି ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ କ୍ଷମତା ଦେଇଛନ୍ତି। ରାଜ୍ୟ ସରକାର ପଞ୍ଚାୟତ ପ୍ରତିନିଧିଙ୍କ ଦାୟିତ୍ୱ ଅପହରଣ କରି କ୍ଷମତା ସଙ୍କୁଚିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିବ ବିଜେପି। ପଞ୍ଚାୟତ ପ୍ରତିନିଧିଙ୍କ ଦାୟିତ୍ୱ, ପଲ୍ଲୀ ସଭାର ଗୁରୁତ୍ୱ ଓ ପଞ୍ଚଦଶ ଅର୍ଥ କମିଶନ ପଞ୍ଚାୟତକୁ ଦେଇଥିବା ଅନୁଦାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ । ଆସନ୍ତାକାଲି(ରବିବାର) ବସିବ ବିଜେପିର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ନେଇ ବୈଠକ ।

ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ସଂଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି, ପଞ୍ଚାୟତିରାଜ କମିଟିର ରାଜ୍ୟ ସଂଯୋଜକ ଶଙ୍କର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.