ETV Bharat / city

ଗୀତ ମାଧ୍ୟମରେ ନାରୀ ଜାତିକୁ ଅପମାନିତ କରିଛନ୍ତି ହୁମ୍ୟାନ

author img

By

Published : Mar 18, 2020, 9:13 PM IST

କଣ୍ଠଶିଳ୍ପୀ ହୁମ୍ୟାନ ସାଗରଙ୍କ "ଝିଅ ନୁହେଁ ତୁ କରୋନା ଭାଇରସ" ଗୀତ ନାରୀ ଜାତିକୁ ଅପମାନିତ କରିଛି । କଣ୍ଠଶିଳ୍ପୀ ହୁମ୍ୟାନ ସାଗର ଉପରେ ବର୍ଷିଛି ରାଜ୍ୟ ବିଜେପି । ଆହୁରି ପଢନ୍ତୁ...

bjp allegation on human sagar for his song
ଗୀତ ମାଧ୍ୟମରେ ନାରୀ ଜାତିକୁ ଅପମାନିତ କରିଛନ୍ତି ହୁମ୍ୟାନ

ଭୁବନେଶ୍ବର : ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ନାରୀ ଜାତିକୁ ଅପମାନିତ କରିଛି । କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିବା ବେଳେ କରୋନାକୁ ନାରୀ ଜାତି ସହିତ ତୁଳନା କରି ଗୀତ ପ୍ରସ୍ତୁତ କରାଯାଉଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସମଗ୍ର ନାରୀ ଜାତିଙ୍କୁ ଅସମ୍ମାନିତ କରିଥିବା ନେଇ କଣ୍ଠଶିଳ୍ପୀ ହୁମ୍ୟାନ ସାଗର ଉପରେ ବର୍ଷିଛି ରାଜ୍ୟ ବିଜେପି ।

କଣ୍ଠଶିଳ୍ପୀ ହୁମ୍ୟାନ ସାଗର ବିଜେଡି ଦଳର ଜଣେ ସଦସ୍ୟ । ବିଜେଡି ନାରୀକୁ ସମ୍ମାନ ଦେବାର କଥା କହୁଛି, ମୁଖ୍ୟମନ୍ତ୍ରୀ ନାରୀକୁ ସମ୍ମାନ କଥା କହୁଛନ୍ତି ହେଲେ ବିଜେଡି ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ବୁଧବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ।

ଏଭଳି ସ୍ଥିତିରେ ବିଜେଡି କଣ ପାଇଁ ଚୁପ ବସିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପିଙ୍କି ଦାବି କରିଛନ୍ତି । ପୁରା ଓଡିଶାବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଥିବା ଶାସକ ବିଜେଡି ପ୍ରଥମେ ତାଙ୍କ ସଦସ୍ୟମାନଙ୍କୁ ସଚେତନ କରାନ୍ତୁ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ତୁରନ୍ତ "ଝିଅ ନୁହେଁ ତୁ କରୋନା ଭାଇରସ" ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା, ସଙ୍ଗୀତ ନିର୍ଦ୍ଧେଶକ, ଗୀତିକାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରୟ, ଇଟିଭି ଭାରତ

For All Latest Updates

TAGGED:

human sagar
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.