ETV Bharat / city

କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି - କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

ବିଧାନସଭାରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ l ଆଜି ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି l ଅଧିକ ପଢନ୍ତୁ...

bjd will address  center neglated issue in assembly
କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି
author img

By

Published : Feb 17, 2021, 8:03 PM IST

ଭୁବନେଶ୍ବର: ଗୁରୁବାର ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନକୁ ନେଇ ତିନି ଦଳର ଚାଲିଛି ପ୍ରସ୍ତୁତି । ବିରୋଧୀ କଂଗ୍ରେସ ଓ ବିଜେପି ବିଜେଟ ଅଧିବେଶନରେ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ଦେଖି ଚଳିତ ବିଧାନସଭାରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ l ଆଜି ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି l

କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

ଚଳିତ ବିଜେଟ ଅଧିବେଶନରେ ବିଜେଡି ଉଠାଇବା କେନ୍ଦ୍ର ଅବହେଳା ପ୍ରସଙ୍ଗ । କେନ୍ଦ୍ର ରାଜ୍ୟକୁ ଦେଉଥିବା ଅନୁଦାନ ତଥା ବିଭିନ୍ନ ଯୋନଜାର ଅବହେଳାକୁ ପ୍ରସଙ୍ଗ କରିବ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟ 60 ହଜାର କୋଟି ଟଙ୍କା ନ ମିଳିବା, କୋଇଲା ରୟାଲଟି, ବକେୟା ଜିଏସଟି ଅର୍ଥ ପ୍ରଦାନରେ ବିଳମ୍ବ , ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ ନ କରିବା,ରେଳବାଇ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ଦେବାରେ ଅବହେଳା ଆଦିକୁ ଉଠାଇବ ବିଜେଡ଼ି। ବିରୋଧୀ ଦଳ ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ସେହିପରି ଗୃହରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ ଅଧିବେଶନରେ 6 ଟି ବିଲ ଆସିବ ବୋଲି ସଂସଦୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । କୋରୋନାର ସମସ୍ତ ଗାଇଡ ଲାଇନ ଅନୁଯାୟୀ ବିଧାନସଭା ଅଧିବେଶନ ଆରମ୍ଭ ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.