ETV Bharat / city

ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା BJD - କେନ୍ଦ୍ରାପଡାରେ ବିଜେଡିର ମିଶ୍ରଣ ପର୍ବ

ବିଜେଡିର ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ଦଳ ଯାହା କୁହେ ତାହା କରେ। ଅନ୍ୟ ଦଳ କେବଳ ବାକ୍ୟରେ ରହୁଛି ବୋଲି କହିଲେ ପ୍ରଣବ । ଅଧିକ ପଢନ୍ତୁ

ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା BJD

author img

By

Published : Feb 6, 2022, 5:31 PM IST

ଭୁବନେଶ୍ବର: ବିଜେଡିର ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ଦଳ ଯାହା କୁହେ ତାହା କରେ । ଅନ୍ୟ ଦଳ କେବଳ ବାକ୍ୟରେ ରହୁଛି । ୨୦୧୪ ରେ କେନ୍ଦ୍ର ସରକାର ଦୁଇ କୋଟି ଚାକିରୀ ଦେବେ କହିଥିଲେ ହେଲା ତାହା ଏବେ ୬୦ଲକ୍ଷକୁ ଖସି ଆସିଛି । କହିଥିଲେ ଚାଷୀ ଙ୍କ ଆୟ ଦୁଇଗୁଣ କରିବୁ କିନ୍ତୁ ଆଜି ଚାଷୀ ର ଆୟ କେଉଁଠି ଅଛି ? ଉଜ୍ଵଳା ଗ୍ୟାସ ଦେବାକୁ ମଧ୍ୟ କହିଥିଲେ । ସବସିଡି ମଧ୍ୟ କଟିଛି ବୋଲି କହି କେନ୍ଦ୍ର ସରକରଙ୍କ ଉପରେ ଆଙ୍ଗୁଠି ଉଠାଇଛି ବିଜେଡି ।

ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା BJD

ଏମିତି କ୍ରମାଗତ ଭାବରେ ଦେଖିଲେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ତତସହିତ ଅନୁଭବ ଅନୁସାରେ ଯାହା ଲୋକଙ୍କ ଅତି ଆବଶ୍ୟକ ଥାଏ ତାହା ପୂରଣ କରନ୍ତି ବୋଲି କହିଛନ୍ତି ପ୍ରଣବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଭାରତ ବର୍ଷରେ ସମସ୍ତଙ୍କ ଆଖି ଖୋଲିଛି। ଏହି ଯୋଜନା ଦ୍ବାରା ସବୁ ପରିବାର ସଶକ୍ତ ହୋଇଛି। ବିଜୁ ପଟ୍ଟନାୟକ ଆର୍ଥିକ ସ୍ବାଧୀନତା କଥା କହୁଥିଲେ,ଆର୍ଥିକ ସ୍ବାଧୀନତା ମିଳିଲେ ଓଡିଶା ହେବ ସବୁଠୁ ସମୄଦ୍ଧ ରାଜ୍ୟ।

ଆପଣ ତାକୁ ଦେଇନାହାନ୍ତି କି ଦେଇପାରିବେ ନାହିଁ କାରଣ ଭାରତୀୟ ସଂଘୀୟ ବ୍ୟବସ୍ଥା ରେ ତାହା ନାହିଁ। ଅଲଗା ବ୍ୟବସ୍ଥାରେ ଚାଲିଛି ଭାରତୀୟ ସଂଘୀୟ ବ୍ୟବସ୍ଥା। ରାଜନୈତିକ ସ୍ବାଧୀନତା ଦେଇଥିବାରୁ ଓଡ଼ିଶା କୁ ସଶକ୍ତ କରିଛନ୍ତି ନବୀନ । ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବର ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ଏଭଳି ମତ ରଖିଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ । ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ବିଜେଡି ରେ ଯୋଗଦାନ ମଧ୍ୟ କରିଛନ୍ତି ।

ପୂର୍ବତନ କାଉନସିଲର ତଥା କଂଗ୍ରେସ ନେତା, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଶରତ ବେଉରାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ସାଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ସ୍ବାଗତ କରିବା ସହ ଦଳରେ ସମ୍ମାନ ଏବଂ ସହଯୋଗ ରହିବ ବୋଲି କହିଛନ୍ତି। ସ୍ବାଗତ ଭାଷଣ ଦେଇ ବିଧାୟକ ଶଶୀ ଭୁଷଣ କହିଛନ୍ତି ଅନେକ ବିରୋଧୀ ଦଳରୁ ଆସି ବିଜେଡି ରେ ସାମିଲ ହୋଇଛନ୍ତି। ବିଜେଡି ଏକ ଜନ ଆକର୍ଷଣ ଦଳରେ ପରିଣତ ହୋଇସାରିଛି। ବିଜେଡି ରେ ଯୋଗ ଦେଇଥିବା ଶରତ ବେଉରା କହିଥିଲେ କଂଗ୍ରେସ କେବଳ କୁଶପୁତ୍ତଳିକା ଦାହ ଛଡା ଅନ୍ୟ କାମ କିଛି ହେଉନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.