ETV Bharat / city

PMGKAY Extension Proposal: ବିଜେପି ଗରିବ ମଧ୍ୟବିତ୍ତଙ୍କ କଥା ଚିନ୍ତା କରୁନି କହିଲେ ଲେନିନ୍‌

author img

By

Published : Nov 22, 2021, 9:25 PM IST

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆହୁରି 8 ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟ ବିଜେପିର ଆପତ୍ତି ନେଇ ବିଜେଡି ଦେଲା ଜବାବ । ଅଧିକ ପଢ଼ନ୍ତୁ

lenin mohanty
PMGKAY Extension Proposal: ବିଜେପି ଗରିବ ମଧ୍ୟବିତ୍ତଙ୍କ କଥା ଚିନ୍ତା କରୁନି କହିଲେ ଲେନିନ୍‌

ଭୁବନେଶ୍ବର: PMGKAY(Pradhan Mantri Garib Kalyan Anna Yojana)କୁ ଆହୁରି ୮ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ନେଇ ଆପତ୍ତି କରିଥିଲା ରାଜ୍ୟ ବିଜେପି । ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆପତ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ଏହାର ଜବାବ ରଖିଛି ଶାସକ ବିଜେଡି ଦଳ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଏହାକୁ ଆହୁରି 8 ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ତେବେ ବିଜେପି ଆପତ୍ତି ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ।

ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, " କୋଭିଡ ମହାମାରୀ ଯୋଗୁଁ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ୮ ମାସର ମାଗଣା ଚାଉଳ ଯୋଗାଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶା ବିଜେପି ସମର୍ଥନ କରାଯିବା ଉଚିତ୍‍ । କିନ୍ତୁ ତାହା ହେଉନାହିଁ । ଏଥିରୁ ଜଣାପଡୁଛି ଯେ ରାଜ୍ୟ ବିଜେପି ଆଉ ଓଡ଼ିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଲଢୁନାହିଁ ।"

ସମୀର ମହାନ୍ତିଙ୍କ ଦଳ ଗତ ୭ ବର୍ଷ ମଧ୍ୟରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣରୁ ବୃଦ୍ଧି କରିଛି । ଯାହା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ଗୁରୁତର ଭାବେ ପ୍ରଭାବ ପକାଇଛି । ଏହି ଦରବୃଦ୍ଧି ପରିପ୍ରେକ୍ଷୀରେ ସେମାନେ PMGKAY ଅଧୀନରେ ୮ମାସ ପାଇଁ ମାଗଣା ଚାଉଳ ଯୋଗାଣ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସହ ଏକମତ ହେବା ଉଚିତ ବୋଲି କହିଛନ୍ତି ଲେନିନ ମହାନ୍ତି ।

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡ଼ିଶାର ଚାଷୀଙ୍କ ଠାରୁ ଚାଉଳ କିଣା ଯାଉନାହିଁ । ଓଡ଼ିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ । ଇନ୍ଧନ ଏବଂ ଗ୍ୟାସ ଦରବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି । ଏହି ଦଳ କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି । ରାଜ୍ୟବାସୀ ଏହି ଗରିବ ବିରୋଧୀ ତଥା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଚେତାଇ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.