ETV Bharat / city

ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ବିତ: ବିଜେଡି - ପାନୀୟ ଜଳ ଯୋଗାଣରେ ବିଜେପିର ସମାଲୋଚନା

ପୁରୀରେ ସୁଜଳ ଯୋଜନା କାର୍ଯ୍ୟକାରୀ ନେଇ ବିଜେପିର ସମାଲୋଚନା ପରେ କଡା ଜବାବ ଦେଲା ବିଜେଡି । ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ୱିତ ହେଉଛି ବୋଲି କହିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ...

ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ବିତ: ବିଜେଡି

author img

By

Published : Jul 27, 2021, 9:46 PM IST

ଭୁବନେଶ୍ବର: ଦେଶର ପ୍ରଥମ ଡ୍ରିଙ୍କ୍‍-ଫ୍ରମ-ଟ୍ୟାପ୍‍ ପ୍ରକଳ୍ପ ପୁରୀରେ କାର୍ଯ୍ୟକାରୀ କରାଯାଇଛି । ଏହା ଫଳରେ ଲସ ଆଞ୍ଜେଲସ୍‍ ଓ ସିଙ୍ଗାପୁର ଭଳି ବିଶ୍ୱ ମାନଚିତ୍ରରେ ଓଡିଶା ସ୍ଥାନ ପାଇଛି । ହେଲେ ସୁଜଳ ଯୋଜନାକୁ ସମାଲୋଚନା କରିବା ରାଜ୍ୟ ବିଜେପି ପାଇଁ ଖଟା ଅଙ୍ଗୁରର ପରିସ୍ଥିତି ସୃଷ୍ଟି କରିଛି । ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ୱିତ ହୋଇ ଏଭଳି ସମାଲୋଚନା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ୍ କହିଛନ୍ତି ଯେ, 'ବିଜେପି ନେତା ଗୋଲକ ମହାପାତ୍ର ନିଜକୁ ପ୍ରଥମେ ଜଣେ ଓଡିଆ ଓ ପରେ ବିଜେପି ଦଳର ବୋଲି ଆମେ ଭାବିଥିଲୁ । ସେହିଭଳି ଜଣେ ଓଡିଆ ଭାବେ ସେ ପୁରୀ ଲୋକଙ୍କ ପାଇଁ ଓଡିଶାର ଏଭଳି ଜାତୀୟ ସଫଳତାରେ ଗର୍ବ ଅନୁଭବ କରୁଥିବେ ବୋଲି ଆଶା କରୁଥିଲୁ । କିନ୍ତୁ ଦୁର୍ଭାଗ୍ୟବଶତଃ ପୁରୀରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପକୁ ନେଇ ସେ ମିଥ୍ୟା, ଭିତ୍ତିହୀନ ତଥା ମନଗଢା ବିବୃତ୍ତି ଦେଇଛନ୍ତି । ସେ ଶସ୍ତା ରାଜନୀତି ଉପରେ ଧ୍ୟାନ ଦେଉଛନ୍ତି' ବୋଲି ଲେନିନ କହିଛନ୍ତି ।

ଏହା ବି ପଢନ୍ତୁ: ପ୍ରଚାର ସର୍ବସ୍ବ ନବୀନ ସରକାର, ଲୋକଙ୍କୁ କରୁଛନ୍ତି ଭ୍ରମିତ

ଏଥିରୁ ଜଣାପଡୁଛି ଯେ ଗୋଲକ ଏବଂ ଓଡିଶା ବିଜେପି ପୁରୀ ଏବଂ ପୁରୀବାସୀଙ୍କ ବିକାଶରେ ଇର୍ଷାନ୍ୱିତ ଏବଂ ଅସହିଷ୍ଣୁ ହୋଇ ପଡିଛନ୍ତି । ପୁରୀ ଏବଂ ଏହାର ଲୋକଙ୍କ ପ୍ରତି ତାଙ୍କର ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି । ସେମାନେ ପୁରୀ ଲୋକଙ୍କ ପାଇଁ ସୁଜଳ ଯୋଜନା ମାଧ୍ୟମରେ ହୋଇଥିବା ଭଲ କାର୍ଯ୍ୟକୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.