ETV Bharat / city

Congress Targets BJD: ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ କହିଲେ ନିରଞ୍ଜନ

author img

By

Published : Nov 24, 2021, 8:44 PM IST

ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ବିଶେଷ କରି ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡିକୁ କଟାକ୍ଷ କରିଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Congress Targets BJD: ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ କହିଲେ ନିରଞ୍ଜନ
Congress Targets BJD: ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ କହିଲେ ନିରଞ୍ଜନ

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ବିଶେଷ କରି ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି(BJD protest)କୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ(Niranjan Pattnaik) । ବିଜେଡିର ଏହି ଆନ୍ଦୋଳନକୁ ଡ୍ରାମା ଓ ଲୋକ ଦେଖାଣିଆ କହିଛି ନିରଞ୍ଜନ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ ପ୍ରସଙ୍ଗକୁ ଜନ ଆକ୍ରୋଶର ଫଳ ବୋଲି କହିଛନ୍ତି ପିସିସି ସଭାପତି ।

ଅତ୍ୟାବଶ୍ୟକ ସାମଗ୍ରୀ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ବିଜେଡି ଆନ୍ଦୋଳନ ଜାରି ରଖିଛି । ତେବେ ଏହାକୁ ନେଇ ପିସିସି ସଭାପତି କହିଛନ୍ତି ଯେ, "ବିରୋଧ ଏକ ଡ୍ରାମା ବା ଲୋକ ଦେଖାଣିଆ । ବିଜେଡି ଆନ୍ଦୋଳନରେ କୌଣସି ଆନ୍ତରିକତା ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ଏଭଳି କରୁଛି । ଦରବୃଦ୍ଧି ଛଡ଼ା ରାଜ୍ୟରେ ଚାଷୀ ଆନ୍ଦୋଳନ, ମହିଳାଙ୍କ ସୁରକ୍ଷା ଭଳି ଅନେକ ସମସ୍ୟା ଅଛି, ତାହାକୁ ନେଇ ମଧ୍ୟ ବିଜେଡିକର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ କରନ୍ତୁ ।"

ନିର୍ବାଚନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଲୋକଦେଖାଣିଆ ପ୍ରତିବାଦ କରୁଛି ବିଜେଡି । ବାସ୍ତବରେ ଲୋକଙ୍କ ସମସ୍ୟା ପ୍ରତି ଦଳର ଆନ୍ତରିକତା ନାହିଁ । ଆନ୍ତରିକତା ଥିଲେ ଦଳ ୨୦୧୯ରୁ ଜନସାଧାରଣଙ୍କ ସ୍ୱାର୍ଥଦୃଷ୍ଟିରୁ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିଥାନ୍ତା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିଭଳି ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପଞ୍ଚାୟତ ସ୍ତରରୁ କମିଟି ଗଠନ କରିଛି ପ୍ରସ୍ତୁତ ହେଉଛି । ଏହାକୁ ନେଇ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ନିକଟ ଅତୀତରେ କଂଗ୍ରେସ କିଛି ନେତା ଦଳ ଛାଡ଼ି ଅନ୍ୟ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି । ପିପିଲି ନିର୍ବାଚନ ପରେ ଦଳଦୁର୍ବଳ ହୋଇଥିବା କିଛି କଂଗ୍ରେସ ନେତା ଚିନ୍ତା କରି ଦଳ ପରିବର୍ତ୍ତନ କରିଛନ୍ତି । ସେପଟେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ସମସ୍ୟାର ସମାଧାନ ନୁହେଁ ବୋଲି କହିଛନ୍ତି ନିରଞ୍ଜନ । ତେବେ ଏହା ଜନ ଆକ୍ରୋଶର ଫଳ ବୋଲି କହିଛନ୍ତି ପିସିସି ସଭାପତି ।

ସେହିପରି ଦଳର ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଯାଇଥିବା କହିଛନ୍ତି। ପ୍ରତି ପଞ୍ଚାୟତରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସଭା କରାଯାଉଛି । ଲୋକଙ୍କୁ ସରକାରୀ ସୁବିଧାସୁଯୋଗର ଅପବ୍ୟବହାର ଓ ଅପହଞ୍ଚ ବିଷୟରେ ସଚେତନତା କରାଯାଉଥିବା କହିଛନ୍ତି । ସାଂଗଠନିକ ସ୍ଥିତି ସୁଦୃଢ ସହ ଚାଷୀଙ୍କ ସମସ୍ୟା ପ୍ରତି ତୃଣମୂଳ ସ୍ତରରେ କାର୍ଯ୍ୟ କରାଯାଉଥିବା କହିଛନ୍ତି ।

ରାଜ୍ୟରେ ମହିଳାମାନେ ଅଧିକ ନିଷ୍ପେସିତ ହେଉଛନ୍ତି । ମହିଳାଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ପାଇଁ ଆନ୍ଦୋଳନ କରାଯିବ । ଚାଷୀଙ୍କ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପିସିସି ସଭାପତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.