ଭୁବନେଶ୍ବର: ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମହାମାରୀ ମହାଦୁର୍ନୀତି ପ୍ରଶ୍ନ ଉଠାଇଥିବା କଂଗ୍ରେସ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର । କଂଗ୍ରେସ ଅପପ୍ରଚାର କରୁଛି । ସଜ ମାଛରେ ପୋକ ପକାଉଛି କଂଗ୍ରେସ । ପ୍ରେସ୍ ମିଟ୍ରେ କଂଗ୍ରସକୁ କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର । ଏହାସହ ମାସ୍କ କିଣା ପ୍ରସଙ୍ଗ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ।
କୋରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । କୋରୋନା ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ । ସାରା ଦେଶ ଅପେକ୍ଷା ଓଡିଶାରେ କୋରୋନା ମୃତ୍ୟୁହାର ସର୍ବନିମ୍ନ । ସରକାର ସଫଳତାରେ ସହ କୋରୋନା ମୁକାବିଲା କରୁଛନ୍ତି ।
ଏଭଳି ସମୟରେ କଂଗ୍ରେସ ମାସ୍କ ଦୁର୍ନୀତି ନେଇ ଯେଉଁ ଲମ୍ବା ପ୍ରଶ୍ନ କରୁଛି ତାହା କେବଳ ଶସ୍ତା ରାଜନୀତି ଛଡା ଅନ୍ୟକିଛି ନୁହେଁ ବୋଲି ସେ କହିଛନ୍ତି । ମହାମାରୀ ସମୟରେ କଂଗ୍ରେସ କରିଛି କଣ ? ବୋଲି ସେ ପ୍ରଶ୍ନ ପଚାରିଛନ୍ତି । କଂଗ୍ରେସର ସତ୍ ସାହସ ଅଛି ଯଦି ସେ ହାଇକୋର୍ଟ ଯାଉ ବୋଲି ସେ କହିଛନ୍ତି । କଂଗ୍ରେସ କି ରାଜନୀତି କରୁଛି ତାହା ସମସ୍ତେ ଦେଖୁଛନ୍ତି ବୋଲି ସସ୍ମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ମାସ୍କ କିଣା ନେଇ ବିଜେପିକୁ ପଚାରନ୍ତୁ । କାହିଁକି କେନ୍ଦ୍ର ସରକାର 10 ଟଙ୍କାରୁ 16 ଟଙ୍କା ମାସ୍କ ଦର ବଢ଼େଇଲେ । ବିଜେପି ଶାସିତ ରାଜ୍ୟ କାହିଁକି କିଣିଲେ । ରାଜ୍ୟରେ ୫ କୋଟି ମାସ୍କର ଆବଶ୍ୟକତା ଥିବା ବୈଷୟିକ କମିଟି କହିଥିଲା । ମାର୍ଚ୍ଚ ୨୧ରେ କେନ୍ଦ୍ର ସରକାର ୧୦ ଟଙ୍କାରେ ମାସ୍କ କିଣିବାକୁ କହିଲେ । ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମାର୍ଚ୍ଚ ୨୪ରେ ଏହି ଦର ୧୬ ଟଙ୍କା କଲେ ।
ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ ଟଙ୍କା ଦରରେ ମାସ୍କ କିଣିଛନ୍ତି
ଅନ୍ୟ ରାଜ୍ୟ କେରଳ 16, ମହାରାଷ୍ଟ୍ର 16, ତାମିଲନାଡୁ 16, କେରଳ 16, କାର୍ଣ୍ଣାଟକ, 17.89, ପଶ୍ଚିମବଙ୍ଗ 17, ତାମିଲନାଡୁ, 16, ଗୁଜୁରାଟ 20 ଟଙ୍କାରେ ମାସ୍କ କିଣିଛନ୍ତି । କେନ୍ଦ୍ର ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ସେଇ ଦରରେ ମାସ୍କ କିଣିଛନ୍ତି । କିଛି ଦୁର୍ନୀତି ହୋଇନି । ସମସ୍ତ ମେଡ଼ିକାଲ ସାମଗ୍ରୀ କେନ୍ଦ୍ର ସରକାର ଆଇନ ଅନୁସାରେ କିଣା ହୋଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।
ରାଜ୍ୟ ସରକାର ମାସ୍କ ପାଇଁ ୧୬ ଟଙ୍କାରୁ ପଇସାଟିଏ ଅଧିକ ଦେଇନାହାଁନ୍ତି । କଂଗ୍ରେସ ଦଳ ଲୋକଙ୍କ ମନରେ ଦୁର୍ନୀତିର ସଂଶୟ ସୃଷ୍ଟି କରୁଛି । କୋରୋନା ଯୋଦ୍ଧାଙ୍କ ଜୀବନର ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ନହେଲେ ଟଙ୍କା ପାଇଁ ଯୋଦ୍ଧାଙ୍କ ଜୀବନ ବାଜି ବିପଦକୁ ଠେଲି ହୋଇଥାନ୍ତା । କଂଗ୍ରେସ କେବଳ ଅପ୍ରଚାର, ମିଥ୍ୟାପ୍ରଚାର କରୁଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ