ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଣିପାଗ ବିଭାଗ ଅନୁଯାୟୀ ସତ ହୋଇଛି । ବିଶେଷ କରି ବାଲେଶ୍ୱର ଓ ଉପକୂଳ ଜିଲ୍ଲାମାନଙ୍କରେ ଏହା ବ୍ୟାପକ କ୍ଷୟକ୍ଷତି କରିଛି । ବଡ ବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ସେଥିଲାଗି ଲୋକଙ୍କ ସୁରକ୍ଷା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମିଶ୍ର ଏବଂ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ଵରର ବିଭିନ୍ନ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ