ETV Bharat / city

ପିପିଲି ନିର୍ବାଚନ ପାଇଁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

author img

By

Published : Apr 26, 2021, 6:07 PM IST

ପିପିଲି ଉପନିର୍ବାଚନ ନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବସିଛି ବିଜେଡିର ରୁଦ୍ଧଦ୍ବାର ବୈଠକ । କୋଭିଡ କଟକଣା ଭିତରେ କିପରି ଲୋକଙ୍କ ମନ ଜିଣି ହେବ, ସେ ନେଇ ଚାଲିଛି ଆଲୋଚନା । ଅଧିକ ପଢ଼ନ୍ତୁ...

ପିପିଲି ନିର୍ବାଚନ ପାଇଁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ପିପିଲି ନିର୍ବାଚନ ପାଇଁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବସିଛି ବିଜେଡିର ରୁଦ୍ଧଦ୍ବାର ବୈଠକ । ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ କିଛି ବିଧାୟକ ଉପସ୍ଥିତ ଅଛନ୍ତି । କୋଭିଡ କଟକଣା ଭିତରେ କିପରି ଲୋକଙ୍କ ମନ ଜିଣି ହେବ, ସେ ନେଇ ଚାଲିଛି ଆଲୋଚନା ।

ପିପିଲି ଉପନିର୍ବାଚନ ପାଇଁ ମାସ୍କ, ସାନିଟାଇଜର ବ୍ୟବହାର କରି ସମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ସଚେତନ କରାଯିବ । ନିର୍ବାଚନ ପ୍ରଚାରରେ ରାଲି, ଶୋଭାଯାତ୍ରା କରାଯିବନି । ଏହାକୁ ନେଇ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି । ସଭାପତିଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛି ବିଜେଡି ।

ସେପଟେ ବୈଠକ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀର ଦାସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିପିଲିରେ ରାଲି ଓ ସଭା କରାଯିବ ନାହିଁ । ତେଣୁ ବିଜେଡି ପକ୍ଷରୁ ପିପିଲିରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନିଂ ଜାରି ରହିଛି । ସଟଡାଉନ କାରଣରୁ ଦୁଇ ଦିନ ପ୍ରଚାର ବନ୍ଦ ରହିଥିଲା । ପ୍ରତ୍ୟେକ ଘରେ ଶଙ୍ଖ ପୋଷ୍ଟର ଲଗେଇବା ସହ ମାସ୍କ, ସାନିଟାଇଜର ବାଣ୍ଟିବ ଦଳ । ମହିଳାମାନେ ଘରକୁ ଘର ଯାଇ ଶଙ୍ଖ ଷ୍ଟିକର ଲଗଇବା ସହ ଲୋକଙ୍କୁ ସଚେତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଁଚାଇବ ବିଜେଡି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.