ETV Bharat / city

ବିଜେଡିର ଦମ୍ଭୋକ୍ତି: ପିପିଲିରେ ଭାଙ୍ଗିବ ପୂର୍ବ ରେକର୍ଡ - ପିପିଲିରେ ଭାଙ୍ଗିବ ରେକର୍ଡ

ପିପିଲି ଗଡ ଜିତିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ପ୍ରମୁଖ ଦଳ । ସେପଟେ ଏଥର ସବୁ ରେକର୍ଡ ଭାଙ୍ଗି ବିଜୟ ହାସଲ କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ଅଧିକ ପଢନ୍ତୁ...

ବିଜେଡିର ଦମ୍ଭୋକ୍ତି; ପିପିଲିରେ ଭାଙ୍ଗିବ ପୂର୍ବ ରେକର୍ଡ

author img

By

Published : Sep 16, 2021, 3:45 PM IST

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ନେଇ ଆଜି(ଗୁରୁବାର) ମନ୍ତ୍ରୀ ତଥା ଷ୍ଟାର ପ୍ରଚାରକ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନରେ ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଦଳର ବରିଷ୍ଠ ନେତା ଓ କିଛି ଷ୍ଟାର ପ୍ରଚାରକ ଉପସ୍ଥିତ ଥିଲେ । ପିପିଲି ଉପନିର୍ବାଚନରେ ପ୍ରଚାର ଲାଗି ଦଳ ରଣନୀତି ପ୍ରସ୍ତୁତ କରୁଛି । ପିପିଲିରେ ପୂର୍ବ ରେକର୍ଡ ଭାଙ୍ଗିବା ନେଇ ବିଜେଡି ଦମ୍ଭୋକ୍ତି କରିଛି । ଏ ନେଇ ଷ୍ଟାଟେଜି ପ୍ରସ୍ତୁତ କରୁଛି ଦଳ ।

ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ପିପିଲିରେ ବିଜେଡିର ସ୍ଥିତି ଭଲ ଅଛି । 20ରୁ ବିଜେଡି ପ୍ରଚାରକୁ ଜୋରଦାର କରିବ । ଗତ ନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ ମାତ୍ରାଧିକ ଆତ୍ମବିଶ୍ବାସ ଯୋଗୁଁ କମ୍ ବ୍ୟବଧାନରେ ଜିତି ଥିଲେ । ମାତ୍ର ଆମେ ଏଥର ଓଭର କନଫିଡେନ୍ସ ନାହୁଁ । ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ । ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର କରିବା ନେଇ ଆଲୋଚନା ଚାଲିଛି ।

ଗତଥର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଭିସି ପ୍ରଚାର କରିଥିଲେ । ତେବେ ଏଥର ସେ ଭିସି ଜରିଆରେ କିମ୍ବା ପିପିଲି ଯାଇ ପ୍ରଚାର କରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଆସନ୍ତା ଦିନରେ ଏହା ସ୍ପଷ୍ଟ ହେବ । ଆମର ଯାହା ସହିତ ସେଠାରେ ଲଢେଇ ହେଉଛି, ତାଙ୍କର ସର୍ବ ଭାରତୀୟ ସ୍ତରରେ ପତିଆରା ଖସୁଛି । ପଶ୍ଚିମବଙ୍ଗରେ ତାହା ପ୍ରମାଣ ହୋଇଛି । ଅନ୍ୟ ଜଣେ ଷ୍ଟାର ପ୍ରଚାରକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ପିପିଲି ନିର୍ବାଚନମଣ୍ଡଳୀ ବିଜେଡ଼ିର ଗଡ଼ । ବିଜୁ ବାବୁ ଓ ନବୀନ ବାବୁଙ୍କ ଆଶୀର୍ବାଦରୁ ପ୍ରଦୀପ ମହାରଥୀଙ୍କୁ ପିପିଲିବାସୀ ବାରମ୍ବାର ଜିତାଇ ଆସିଛନ୍ତି । ଏଥର ତା'ଠାରୁ ଭଲ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ । ପୂର୍ବ ରେକର୍ଡ ଭାଙ୍ଗିବୁ । ପିପିଲି ଲୋକ ଭଲ ଭାବେ ଜାଣନ୍ତି, ବିଜେଡି ସେମାନଙ୍କ ପାଇଁ କ'ଣ କରିଛି । ଆଗକୁ କଣ କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.